ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଜୟ ଢୋଲକିଆ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିବେ । ତେବେ ପ୍ରାର୍ଥୀ ହେବା ପରେ ଜୟ ଢୋଲକିଆ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ନୂଆପଡାରେ ଜନତାଙ୍କ ବିଜୟ ହେବ । ଏଠାରେ ସମାଜ ସେବାର ବିଜୟ ହେବ । ନୂଆପଡ଼ାରେ ଜନସାଧାରଣଙ୍କ ବିଜୟ ହେବ, ଭାରତୀୟ ଜନତା ପାର୍ଟିର ବିଜୟ ହେବ ବୋଲି କହିଛନ୍ତି ଜୟ ଢୋଲକିଆ ।
