ନୂଆପଡା ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

0 165

ନୂଆପଡା-ନୂଆପଡା ଜିଲ୍ଲା କୁ ଦିନିକିଆ ଗସ୍ତରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିବା ସହ ବିଜୟ ସଂକଳ୍ପ ସମାବେଶ ରେ ଯୋଗ ଦେଇଛନ୍ତି। ଏହି ଅବସରରେ ଜିଲ୍ଲା ବାସୀ ଙ୍କୁ ଉଦବୋଧନ ଦେଇ ଜିଲ୍ଲା ରେ ୧୪୦୦ କୋଟି ଟଙ୍କା ବିକାଶ ମୂଳକ କାର୍ଯ୍ୟ ଆଗାମୀ ଦିନ ରେ କରାଯିବ, ନୂଆପଡ଼ା ଡବଲ ଇଞ୍ଜିନ ର ବିକାଶ ଦେଖିବା ବୋଲି କହିଥିଲେ। ତୃଣମୂଳ ସ୍ତରରେରେ ବସନ୍ତ ପଣ୍ଡା ସଙ୍ଗଠନ ଏବଂ ରାଜୁ ଭାଇଙ୍କ ସେବା ଡବଲ ଇଞ୍ଜିନ ଭାବରେ କାର୍ଯ୍ୟ କରିବ ବୋଲି ମତବ୍ୟକ୍ତ କରିଛନ୍ତି। ନୂଆପଡ଼ା ଉପ ନିର୍ବାଚନ ରେ ବିଜେପି ବିପୁଳ ସଂଖ୍ୟାରେ ଯଶଶ୍ଵୀ କରିବା ଜିଲ୍ଲାକୁ ଏକ ନମ୍ୱର୍ କରିବା ବୋଲି କହିଥିଲେ। ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ସମସ୍ତଙ୍କୁ ମୁଣ୍ଡିଆ ମାରି ଜନତାଙ୍କୁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ନିର୍ବାଚନ ବିଜୟ ସଂକଳ୍ପ ନେବା ପାଇଁ ଆହ୍ବାନ କରିଛନ୍ତି ।
ସମାବେଶ ରେ ଜାତୀୟ ପ୍ରଭାରୀ ବିଜୟ ପାଲ ସିଂ ତୋମର, ଉପ ପ୍ରଭାରୀ ରାଜ୍ୟ ସଭାପତି ମନମୋହନ ସାମଲ, ଉପ- ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବୀ ନାରାୟଣ ନାଏକ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମନ୍ତ୍ରୀ ରାମଚନ୍ଦ୍ର ସିଂ ଖୁଣ୍ଟିଆ,ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସାଂସଦ କଳାହାଣ୍ଡି ମାଳବିକା ଦେବୀ, ରାଜ୍ୟସଭା ସୁଜିତ୍ କୁମାର , ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଅନେକ ବିଧାୟକ ଯୋଗ ଦେଇଥିଲେ। ଏହି ମହା ମିଶ୍ରଣ ପର୍ବରେ ୪୫ ଜଣ ବିଜେଡ଼ିର ସରପଞ୍ଚ, ସମିତି ସଭ୍ୟ,ବିଜେଡି ପୂର୍ବତନ ସାଂସଦ ପ୍ରତିନିଧି ଲମ୍ବୋଦର ନିଆଲା ଯୋଗ ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

five × three =