ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅକୁ ହତ୍ୟା: ୩ ଅଭିଯୁକ୍ତ ଗିରଫ

0 97

ଦେଓଗାଁ: ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅକୁ ହତ୍ୟା ଘଟଣାରେ ୩ଜଣଙ୍କୁ ଗିରଫ କରିଛି ଦେଓଗାଁ ପୁଲିସ। ଦେଓଗାଁ ଥାନା ବନ୍ଧପଡ଼ା ଓ ଡଙ୍ଗରପଡ଼ା ଗାଁର ୩ଜଣ ଯୁବକଙ୍କୁ ଗିରଫ କରିଛି ପୁଲିସ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।
ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅକୁ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସାଙ୍ଗକୁ ବିୟର ବୋତଲରେ ପିଟିପିଟି ହତ୍ୟା କରିଥିଲେ ସାଙ୍ଗ। ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅକୁ ହତ୍ୟା କରିଛନ୍ତି ନିଶାସକ୍ତ ଯୁବକ। ସାଙ୍ଗ ହୋଇ ନିଶା ସେବନ କରିବା ପରେ ବିୟର ବୋତଲରେ ମୁଣ୍ଡ ଫଟାଇ କରିଛନ୍ତି ହତ୍ୟା। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଥାନା ଅଞ୍ଚଳରେ। ତେବେ ଏନେଇ ପୁଲିସ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାରେ ବ୍ୟବହୃତ ସାମଗ୍ରୀକୁ ଜବତ କରି ୪ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡିଛି।

hiranchal ad1
Leave A Reply

Your email address will not be published.

twelve + four =