ବାତ୍ୟା ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

0 88

ଭୁବନେଶ୍ୱର : ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ବାତ୍ୟା ସମୀକ୍ଷା। ପୂର୍ବତଟ ରେଳପଥ ଏବଂ ଦକ୍ଷିଣ କେନ୍ଦ୍ରୀୟ ରେଳପଥର ବରିଷ୍ଠ ଅଧିକାରୀଙ୍କ ସହ ଭର୍ଚୁଆଲରେ ରେଳମନ୍ତ୍ରୀ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ବୈଠକ କରିଛନ୍ତି। ଯାତ୍ରୀଙ୍କ ସୁରକ୍ଷା, ଟ୍ରେନ୍ ନିୟନ୍ତ୍ରଣ, ପୁନରୁଦ୍ଧାର ଯୋଜନା, ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ସହିତ ସମନ୍ୱୟ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ସମୀକ୍ଷା କରିଛନ୍ତି। 

hiring

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ, ପ୍ରମୁଖ ବିଭାଗ ମୁଖ୍ୟ ଏବଂ ବିଭାଗୀୟ ରେଳ ପରିଚାଳକମାନଙ୍କ ସହିତ ସମୀକ୍ଷାରେ ଅଂଶଗ୍ରହଣ କରିଥିଲେ। ବିଶେଷକରି ବାତ୍ୟା ପ୍ରଭାବରେ ଆସୁଥିବା  ୱାଲଟେୟାର ଏବଂ ଖୋର୍ଦ୍ଧା ରୋଡ୍ ଡିଭିଜନରେ ପୂର୍ବରୁ ଆରମ୍ଭ କରାଯାଇଥିବା ସତର୍କତାମୂଳକ ପଦକ୍ଷେପ ବିଷୟରେ ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ରେଳ ମନ୍ତ୍ରୀ ଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା, ନିରବଚ୍ଛିନ୍ନ ଯୋଗାଯୋଗ ବ୍ୟବସ୍ଥା ବଜାୟ ରଖିବା ଏବଂ ବିପର୍ଯ୍ୟୟ ମୁକାବିଲା ଦଳଗୁଡ଼ିକୁ ପୂର୍ବରୁ ନିୟୋଜିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ସମସ୍ତ ରେଳ ଜୋନକୁ ଉଚ୍ଚ ସତର୍କତା ଅବଲମ୍ବନ କରିବାକୁ ଏବଂ ଘୂର୍ଣ୍ଣିଝଡ଼ ପ୍ରଭାବ ପରେ ଟ୍ରେନ୍ ସେବାକୁ ଶୀଘ୍ର ପୁନଃସ୍ଥାପନ କରିବା ପାଇଁ ସକ୍ରିୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

hiranchal ad1
Leave A Reply

Your email address will not be published.

sixteen + 10 =