ଲୋକସେବା ଭବନରେ ସର୍ଟ ସର୍କିଟ୍‌

0 86

ଭୁବନେଶ୍ଵର: ଲୋକସେବା ଭବନରେ ଅଗ୍ନିକାଣ୍ଡ। ବିଦ୍ୟୁତ୍ ସର୍ଟ ସର୍କିଟ୍‌ରୁ ଲାଗିଲା ନିଆଁ। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। 

hiring

ସୂଚନାନୁଯାୟୀ, ବୁଧବାର ସକାଳ ପ୍ରାୟ ୯ଟା ବେଳେ ଲୋକସେବା ଭବନରେ ଛୋଟ ଧରଣର ଅଗ୍ନିକାଣ୍ଡ ଘଟିଛି। ଏକ ଇଲେକ୍ଟ୍ରି ବୋର୍ଡରୁ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଫାୟାର ଆଲାରାମ୍ ବାଜିଥିଲା। ଅଗ୍ନିକାଣ୍ଡ ବେଳେ କୌଣସି କର୍ମଚାରୀ ନଥିଲେ। ସଫେଇ କରୁଥିବା ଲୋକମାନେ ଏହା ଦେଖି ଅଗ୍ନିଶମ ବାହିନିକୁ ଖବର ଦେଇଥିଲେ। ସଚିବାଳୟ ଅଗ୍ନିଶମ ଟିମ୍ ଓ ଇଲେକ୍ଟ୍ରିକାଲ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ବଡ଼ ଧାରଣର ଅଘଟଣ ଅଳ୍ପକେ ବର୍ତ୍ତି ଯାଇଛି। ଅଧିକ ଲୋଡ୍ ପଡିବାରୁ ଇଲେକ୍ଟ୍ରି ବୋର୍ଡ ପୋଡି ଯାଇଥିବା ଜଣେ ବରିଷ୍ଠ ଆଧିକାରୀ କହିଛନ୍ତି।

hiranchal ad1
Leave A Reply

Your email address will not be published.

16 − 2 =