ନୂଆପଡ଼ା ଉପନିର୍ବାଚନ : ସୋମବାରଠୁ ପୋଲିଂ ସେଣ୍ଟରକୁ ଯିବେ ପୋଲିଂ ଅଧିକାରୀ

0 104

ନୂଆପଡ଼ା ୯।୧୧: ନୂଆପଡ଼ା ଉପନିର୍ବାଚନ ପାଇଁ ରବିବାର ଶେଷ ହେଉଛି ପ୍ରଚାର । ଜୋରଦାର କ୍ୟାମ୍ପେନ୍‌ ଓ ଭୋଟରଙ୍କୁ ହାତେଇବା ପାଇଁ ପ୍ରାର୍ଥୀଙ୍କ ହାତରେ ରହିଛି ଶେଷ ସୁଯୋଗ । ଆଉ ରବିବାର ସଂଧ୍ୟା ସୁଦ୍ଧା ପ୍ରଚାର ଶେଷ କରି ବାହାରୁ ଆସିଥିବା ବିଭିନ୍ନ ଦଳର ନେତା ଓ କର୍ମୀମାନେ ନୂଆପଡ଼ା ଛାଡ଼ି ଚାଲିଯିବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପରାମର୍ଶ ଦିଆଯାଇଛି ।

hiring

ତେବେ ନୂଆପଡ଼ା ଉପନିର୍ବାଚନ ପାଇଁ ଡିସ୍ପୋଜାଲ ସେଣ୍ଟରରେ ପହଞ୍ଚିଲା ଇଭିଏମ୍ ମେସିନ୍ । ସୋମବାର ଠାରୁ ଏଠାରୁ ପୋଲିଂ ସେଣ୍ଟରକୁ ପୋଲିଂ ଅଧିକାରୀ ଯିବେ ବୋଲି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସବୁ ପୋଲିଂ ଅଧିକାରୀ ସୋମବାର ପ୍ରଥମାର୍ଦ୍ଧରେ ବୁଥ୍‌ରେ ପହଞ୍ଚିବେ । ଏଠାରେ ଗାଡ଼ିର ବ୍ୟବସ୍ଥା ପାଇଁ ମାଇକ୍ରୋ ପ୍ଲାନ୍ କରାଯାଇଛି । ସୁନାବେଡ଼ାର ଅପହଞ୍ଚ ୮ଟି ବୁଥ୍‌ ପାଇଁ ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ବୁଥ୍ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ନୂଆପଡ଼ା ଜିଲ୍ଲାପାଳ କହିଛନ୍ତି ।

hiranchal ad1
Leave A Reply

Your email address will not be published.

18 − ten =