୧ରୁ ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର

0 120

ପୁରୀ- ଖୋଲିବ ଗୁଣ୍ଡିଚା ମନ୍ଦିର ଆଉ ଭକ୍ତ ନେବେ ନୂଆ ଅନୁଭୂତି। ଆସନ୍ତା ଡିସେମ୍ବର ୧ ତାରିଖରୁ ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବ | ପ୍ରାୟ 6 ବର୍ଷ ପରେ ମହାପ୍ରଭୁଙ୍କ ଜନ୍ମବେଦୀ ବୁଲି ଦେଖିବେ ଶ୍ରଦ୍ଧାଳୁ। କିନ୍ତୁ ଭକ୍ତଙ୍କ ଗୁଣ୍ଡିଚା ମନ୍ଦିର ପ୍ରବେଶ ପାଇଁ ଟିକେଟ୍ ବ୍ୟବସ୍ଥା ଲାଗୁ ହେବ କି ନାହିଁ ତାହା ପରେ ନିଷ୍ପତ୍ତି ହେବ ଓ ଭକ୍ତଙ୍କ ଦର୍ଶନ ନେଇ ଏକ ଏସଓପି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ଗୁଣ୍ଡିଚା ମନ୍ଦିର ନିକଟରୁ ଜବରଦଖଲ ହଟିଥିବା ବେଳେ ଭକ୍ତଙ୍କ ପାଇଁ ଜୋତାଷ୍ଟାଣ୍ଡ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ସେପଟେ ଦୈନିକ ଶହ ଶହ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ବନ୍ଦ ଯୋଗୁଁ ବାହାରୁ ଫେରିଯାଉଥିଵା ଦେଖିବାକୁ ମିଳିଛି। କୋଭିଡ୍ ପରଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଜନ୍ମବେଦୀ ବନ୍ଦ ରହିଥିବା ବେଳେ କେଵଳ ରଥଯାତ୍ରା ସମୟରେ 9 ଦିନ ଗୁଣ୍ଡିଚା ମନ୍ଦିର ଖୋଲାଯାଇଥାଏ। ସେପଟେ ଗୁଣ୍ଡିଚା ମନ୍ଦିର ଭିତର ମରାମତି ଏବଂ ଉନ୍ନତିକରଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପଶ୍ଚିମପଟ ବାହାର ପାଚେରୀର ସୌନ୍ଦର୍ଯ୍ୟମୂଳକ କାମ ଶେଷ ହୋଇଥିବା ବେଳେ ସେଠାରେ ଥିବା ଜବରଦଖଲ ଉଚ୍ଛେଦ କରାଯାଇଛି । ତେବେ ଗୁଣ୍ଡିଚା ମନ୍ଦିରର ପରିଚାଳନା ଦାୟିତ୍ବ ଶ୍ରୀମନ୍ଦିର ପ୍ରଶାସନ ନେଇଥିବା ବେଳେ ଟିକେଟ୍ ବ୍ୟବସ୍ଥା ଲାଗୁ ପରିବର୍ତ୍ତେ ମାଗଣାରେ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥା କରିବାକୁ ବରିଷ୍ଠ ସେବାୟତ ଅନୁରୋଧ କରିଛନ୍ତି।

hiranchal ad1
Leave A Reply

Your email address will not be published.

thirteen + 10 =