ଏହି ସବୁ କଲେଜରୁ ଆସିଛି ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ

0 85

ଭୁବନେଶ୍ୱର: ଆଠଟି କଲେଜରୁ ଆସିଛି ଛାତ୍ରୀ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ । ଏନେଇ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଗୃହରେ ଉତ୍ତର ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ‘ରାଉରକେଲା ସ୍ୱୟଂଶାସିତ କଲେଜରୁ ୩ଘଟଣା ସାମ୍ନାକୁ ଆସିଛି । ଜିଏମ ବିଶ୍ୱବିଦ୍ୟାଳୟ ଓ ଯାଜପୁର ବାଲିଆ କଲେଜରୁ ଗୋଟିଏ ଅଭିଯୋଗ ଆସିଛି । ଅନୁଗୁଳ, ବରଗଡ, ଟିଟିଲାଗଡରୁ ଗୋଟିଏ ଲେଖାଏଁ ଏଭଳି ଅଭିଯୋଗ ଆସିଛି । ବାଲେଶ୍ୱର ଏଫଏମ୍‌ କଲେଜରେ ବି ଏଭଳି ଗୋଟିଏ ଅଭିଯୋଗ ଆସିଛି । ୭ଟି ଘଟଣାରେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ନଜରକୁ ଆସିଛି । ଗୋଟିଏ କଲେଜରୁ ରାଗିଂ ଅଭିଯୋଗ ଆଣିଛନ୍ତି ଛାତ୍ରୀ ।

hiranchal ad1
Leave A Reply

Your email address will not be published.

four × 4 =