ବାଙ୍ଗାଲୋରରେ ଗ୍ୟାସ ବିସ୍ଫୋରଣ ଘଟଣା ଜୀବନ ହାରିଲେ ରାଣୀ, ମୃତ୍ୟୁ ସହିତ ଲଢେଇ କରୁଛନ୍ତି ଅଞ୍ଜଳି ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

0 130

ଦାରିଙ୍ଗବାଡ଼ି,୧୯/୭ – ବାଙ୍ଗାଲୋର ଠାରେ ଗତ ମଙ୍ଗଳବାର ରାତିରେ ଏକ ଘରେ ଗ୍ୟାସ ହାଣ୍ଡି ଫାଟି ଯିବା ଘଟଣାରେ ଗୁରୁତର ଆହତ ହୋଇଥିବା ଆଉ ଜଣେ ଯୁବତୀଙ୍କର ଆଜି ସକାଳେ ମୃତ୍ୟୁ ହୋଇଯାଇଛି । ମୃତ ଯୁବତୀଜଣ ହେଲେ ରାୟଗଡା ଜିଲ୍ଲା ବିଷମକଟକ ଅଞ୍ଚଳର ଝିଅ ରାଣୀ ଟିକିରି (୨୩) । ଏହି ଘଟଣାରେ ଆଜି ସୁଦ୍ଧା ୪ଜଣଙ୍କର ମୃତ୍ୟ ଘଟିଥିବା ବେଳେ ସେମାନଙ୍କର ମୃତଦେହକୁ ଗ୍ରାମକୁ ଆଣିବା ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ବାଙ୍ଗାଲୋର ଠାରେ ଥିବା ବାଙ୍ଗାଲୋର ମାଇଗ୍ରେସନ ଆସୋସିଏସନ ତରଫରୁ ମଧ୍ୟ ମୃତ ଦେହକୁ ନିଜ ନିଜ ଅଞ୍ଚଳକୁ ପଠାଇବା ପାଇଁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ମୃତ୍ୟୁ ସହିତ ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତ ଗାହାକିଆ ଗ୍ରାମର ଯୁବତୀ ଅଞ୍ଜଳି ପ୍ରଧାନ ମୃତ୍ୟୁ ସହିତ ଲଢେଇ କରୁଛନ୍ତି । ସୂଚନା ପ୍ରକାରେ ଦାରିଙ୍ଗବାଡି ବ୍ଲକ ଗାହାକିଆ ଗ୍ରାମର ୩ଜଣ ଯୁବତୀ ଓ କୋଟଗଡ ବ୍ଲକ ଶ୍ରାମ୍ବି ଗ୍ରାମର ଜଣେ ଯୁବକ ଓ ରାୟଗଡ଼ା ଜିଲ୍ଲା ବିଷମ କଟକ ଅଞ୍ଚଳର ଜଣେ ଯୁବତୀ ବାଙ୍ଗାଲୋର ଠାରେ ଥିବା କମ୍ପାନୀରେ କାମ କରୁଥିବାବେଳେ ସମସ୍ତେ ଗୋଟିଏ ଘର ଭଡ଼ା ନେଇ ରହୁଥିଲେ । ମଙ୍ଗଳବାର ରାତିରେ ରୋଷେଇ କରିବା ସମୟରେ ଗ୍ୟାସ ହାଣ୍ଡିଟି ଫାଟି ଯାଇଥିଲା । ଏହି ଘଟଣାରେ ପ୍ରଥମେ ଗାହାକିଆ ଗ୍ରାମର କାଡିଙ୍ଗା ପ୍ରଧାନଙ୍କ ଝିଅ ବରଣୀ ପ୍ରଧାନଙ୍କ( ୨୦) ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ସେହି ଗ୍ରାମର ବିଶ୍ୱପତୀ ପ୍ରଧାନଙ୍କ ଝିଅ ଅଞ୍ଜଳି ପ୍ରଧାନ(୨୨) ଓ ପିତବାସ ପ୍ରଧାନଙ୍କ ଝିଅ ମମତା ପ୍ରଧାନ(୨୨)ଓ କୋଟଗଡ ବ୍ଲକ ଶ୍ରାମ୍ବୀ ଗ୍ରାମର ଉଦାମ ସୁନାମାଝୀଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ପକ୍ଷରେ ଅଞ୍ଜଳି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ପାଖରେ କୌଣସି ପରିବାର ସଦସ୍ୟ ପହଞ୍ଚି ପାରିନଥିବାରୁ କନ୍ଧମାଳ ଜିଲ୍ଲାର ଯୁବକ ଯୁବତୀ ମାନେ ଦେଖା ଶୁଣା କରୁଛନ୍ତି ।

hiranchal ad1
Leave A Reply

Your email address will not be published.

2 × two =