ଭୁବନେଶ୍ବର : ଆସନ୍ତା ଜାନୁଆରୀ ୬ ତାରିଖରୁ ହେବ ପକ୍ଷୀ ଗଣନା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି, ଚିଲିକା, ନଳବଣ, ମଙ୍ଗଳାଯୋଡ଼ି, ହୀରାକୁଦ, ନନ୍ଦନକାନନ ପରି ସ୍ଥାନରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ଗଣତି କରିବ ଜଙ୍ଗଲ ଓ ପରିବେଶ ବିଭାଗ । ପର୍ଯ୍ୟଟନ ବିଭାଗର ବି ସହଯୋଗ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ରାଜ୍ୟକୁ ପକ୍ଷୀ କମ୍ ଆସିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ହୋଇ ୨ରୁ ୩ଡିଗ୍ରୀ ହୋଇଛି । ପକ୍ଷୀଙ୍କ ସୁରକ୍ଷା ପାଇଁ ପକ୍ଷୀ ସଂରକ୍ଷଣ, ଆଧୁନିକ ୱାଚ୍ ଟାୱାର, ଏନକ୍ଲୋଜର ନିର୍ମାଣ ହେବ, ପକ୍ଷୀ ମାନଙ୍କ ପାଇଁ ଆଧୁନିକ ପରିବେଶ ତିଆରି କରିବା ଏବଂ ଲୋକଙ୍କୁ ଜାଗୃତ କରାଯିବ । ସେହିପରି ଶିକାରୀ ମାନଙ୍କ ଗତିବିଧି ରୋକାଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।
