ଦୁର୍ଘଟଣାରେ ଜଣେ ମୃତ, ଦମ୍ପତି ଗୁରୁତର

0 17

ପୁରୀ : କୋଣାର୍କ ବେଳାଭୂମି ରାସ୍ତାର ଲିଆଖିଆ ବ୍ରିଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍ ରେ ଥିବା ସ୍ଵାମୀ ,ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତ ସ୍କୁଟି ଚାଳକଙ୍କ ପରିଚୟ ମିଳିପାରିନାହିଁ। ଗୁରୁତର ସ୍ଵାମୀ ସ୍ତ୍ରୀ କୋରାପୁଟର ବିଶ୍ଵନାଥ ନାୟକ ଓ ମଧୁସ୍ମିତା ସିଂହଦେଓ । ଭୁବନେଶ୍ୱରରେ ରହୁଥିବା ବିଶ୍ଵନାଥ ଓ ମଧୁସ୍ମିତା ବାଇକ୍ ଯୋଗେ ଆଜି ପୁରୀ ବୁଲିବାକୁ ଆସି କୋଣାର୍କ ଅଭିମୁଖେ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା କାର ଓ ସ୍କୁଟି ସେମାନଙ୍କୁ ଧକ୍କା ଦେଇଥିଲା । ପୁରୀ ଜେଲର ଏସକର୍ଟ ପାର୍ଟି ସେମାନଙ୍କୁ ଉଦ୍ଧାର କରି କୋର୍ଟ ଭ୍ୟାନରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

hiranchal ad1
Leave A Reply

Your email address will not be published.

two + 1 =