ନୂଆଦିଲ୍ଲୀ- ଫାଶୀ ଖୁଣ୍ଟରେ ଝୁଲିବ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ । ମୃତ୍ୟୁଦଣ୍ଡ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱୀକୃତି ଦେଇଛନ୍ତି । ଦୋଷୀଙ୍କ ରାଜକ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୧୨ମସିହାରେ ମହାରାଷ୍ଟ୍ରରେ ଜଣେ ଦୁଇ ବର୍ଷର ଶିଶୁ କନ୍ୟାକୁ ଚକୋଲେଟ୍ ଦେଇ ଅପହରଣ କରି ଦୁଷ୍କର୍ମ ଏବଂ ହତ୍ୟା କରିଥିଲା ଅଭିଯୁକ୍ତ ରବି ଅଶୋକ ଘୁମାରେ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୧୯ରେ ଅକ୍ଟୋବର ୩ତାରିଖରେ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହାପରେ ଅଭିଯୁକ୍ତ ରବି ରାଷ୍ଟ୍ରପତି ନିକଟରେ କ୍ଷମା ପ୍ରାର୍ଥନା ପାଇଁ ନିବେଦନ କରିଥିଲେ । ଯାହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ୨୦୨୨ ମସିହାରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ତାଙ୍କ ଦ୍ୱାରା ଏହା ତୃତୀୟ କ୍ଷମା ଆବେଦନ ଖାରଜ ହୋଇଛି ।
