ଟଙ୍କା ଫେରିପାଇବେ କ୍ଷୁଦ୍ର ଚିଟଫଣ୍ଡ୍ ଜମାକାରୀ

0 45

ଭୁବନେଶ୍ୱର : ଚିଟଫଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା। ଟଙ୍କା ଫେରସ୍ତ ପାଇବେ କ୍ଷୁଦ୍ର ଚିଟ୍ ଫଣ୍ଡ୍ ଜମାକାରୀ। ଏନେଇ ଅର୍ଥ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏହାର ସୁଯୋଗ ନେବାକୁ ସମସ୍ତ ଆବେଦନକାରୀଙ୍କୁ ଅନୁରୋଧ କରାଯାଇଛି।
ଆସନ୍ତା ୨୦୨୬ ଜାନୁଆରୀ ୩୧ ଯାଏ ଟଙ୍କା ଫେରସ୍ତ ପ୍ରକ୍ରିୟା ଚାଲିବ। ତଦନ୍ତ କମିଶନ ସୁପାରିଶ କରିଥିବା ଓ ଫେରସ୍ତ ପାଇନଥିବା କ୍ଷୁଦ୍ର ଜମାକାରୀ ଏହି ସୁଯୋଗର ଲାଭ ଉଠାଇପାରିବେ। ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଜମାକାରୀ ଟଙ୍କା ଫେରି ପାଇବେ। ଏହା ଛଡ଼ା ୮ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଉପକୃତ ହେବେ। ଜମାକାରୀମାନେ ଆବଶ୍ୟକୀୟ କାଗଜପତ୍ର ସହିତ ଆରଆଇଙ୍କ ନିକଟରେ ଆବେଦନ କଲେ ୧୫ ଦିନ ମଧ୍ୟରେ ସେମାନଙ୍କ ଜମା ରାଶି ଫେରି ପାଇବେ। ଏଥିପାଇଁ ଆଧାର କାର୍ଡ, ଭୋଟର କାର୍ଡ, ଡିଏଲ, ପାନ କାର୍ଡ, ମୂଳ ଜମା ରସିଦ, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଇତ୍ୟାଦି ଦାଖଲ କରିବାକୁ ହେବ। ଅଧିକ ସୂଚନା ପାଇଁ ରାଜ୍ୟ ସରକାର ଜାରି କରିଥିବା ୦୬୭୪-୨୩୯୫୧୫୩ ନଂରେ ଯୋଗାଯୋଗ କରିପାରିବେ। http://opid.odisha.gov.in ୱେବସାଇଟ୍ରେରେ ଜମାକାରୀଙ୍କ ତଥ୍ୟ ଉପଲବ୍ଧ ରହିଛି। ଜିଲ୍ଲା ସରକାରୀ ୱେବସାଇଟ୍ରେ ଫେରସ୍ତ ପାଇନଥିବା ଜମାକାରୀଙ୍କ ତାଲିକା ରହିଛି। କମ୍ପାନୀ ଆପ୍ଲିକେସନ୍ ନମ୍ଵର ଦେଇ ଏହି ୱେବସାଇଟ୍ରେ ଆବେଦନ ପତ୍ରର ସ୍ଥିତି ସମ୍ପର୍କରେ ଯାଞ୍ଚ କରିପାରିବେ। ଟଙ୍କା ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଉପକୃତ ହେବେ।

hiranchal ad1
Leave A Reply

Your email address will not be published.

4 × 3 =