ତିନୋଟି ପର୍ଯ୍ୟାୟରେ ହେବ ଗଣତିମଣତି

0 44

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ 4 ଘଣ୍ଟା ଆଲୋଚନା ହେଲା।ମାତ୍ର ଗଣତିମଣତି କେବେ ହେବ ନିର୍ଦ୍ଧିଷ୍ଟ ତାରିଖ ଧାର୍ଯ୍ୟ ହୋଇପାରିଲା ନାହିଁ । କିନ୍ତୁ ଆସନ୍ତା ରଥଯାତ୍ରା ପୂର୍ବରୁ ହେବ ଗଣତି ମଣତି । ଗଣତିମଣତି କିଭଳି ହେବ ସେ ନେଇ ଚିଠା ପ୍ରସ୍ତାବ ପାରିତ ହୋଇଛି। ଖୁବ ଶୀଘ୍ର ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ଗଣତି ମଣତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି କିପରି ପ୍ରଭାବିତ ହେବ ନାହିଁ ସେ ଉପରେ ଗୁରୁତ୍ୱ ଦିଆଯାଇଛି । ଗଣତି ସମୟରେ ବାହାର କାଠରୁ ଭକ୍ତ ଦର୍ଶନ କରିବେ। ସମୁଦାୟ ୧୧ ପୃଷ୍ଠାର ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି। ଗଣତି ସମୟରେ ରିଜର୍ଭ ବ୍ୟାଙ୍କର ଅଧିକାରୀ,ଷ୍ଟେଟ ବ୍ୟାଙ୍କର ଅଧିକୃତ ବଣିଆ ରହିବେ।
ତିନୋଟି ପର୍ଯ୍ୟାୟରେ ଗଣତିମଣତି ହେବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର, ପରେ ବାହାର ରତ୍ନଭଣ୍ଡାର ଓ ଶେଷ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାର ଗଣତିମଣତି ହେବ। ଭିତର ରତ୍ନଭଣ୍ଡାର ଗଣତିମଣତି ସମୟରେ ପରିଚାଳନା କମିଟିର ସେବକ ପ୍ରତିନିଧିଙ୍କ ସହ ଆରବିଆଇର ଜଣେ ପ୍ରତିନିଧି ଓ ଜଣେ ବଣିଆ ସେବକ ରହିବେ। 1978 ମସିହା ଗଣତିମଣତି ତାଲିକା ରିପୋର୍ଟ ସହ ମେଳକ କରାଯିବ। ଭିତର ରତ୍ନଭଣ୍ଡାରର ଗଣତିମଣତି ଶେଷ ପରେ ଚାବି ଜିଲ୍ଲା ଟ୍ରେଜେରୀରେ ରଖାଯିବ। ସମସ୍ତ ଗଣତିମଣତି ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ଗଣତିମଣତି ସମୟରେ ଅଧିକୃତ ବ୍ୟକ୍ତିମାନଙ୍କୁ କଡାକଡି ଯାଞ୍ଚ କରାଯିବ । ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସବୁର ଡିଜିଟାଇଜେସନ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି ।

hiranchal ad1
Leave A Reply

Your email address will not be published.

2 × 2 =