ନୂଆ ବରଷରେ ନୂତନ ପ୍ରୟାସ,ବଣିକ ସଂଘର ସ୍ଵଚ୍ଛତା କାର୍ଯ୍ୟକ୍ରମ

0 40

ଗଣିଆ : ଇଂରାଜୀ ନବବର୍ଷକୁ ସ୍ବାଗତ କରିବା ପାଇଁ କେଉଁଠି ନାଚଗୀତ ଭୋଜିଭାତର ଆସର ଜମୁଥିବା ବେଳେ ଆଉ କେଉଁଠାରେ ଭିନ୍ନ ଉପାୟରେ ପାଳନ କରାଯାଉଛି ନୂଆବର୍ଷ । କିନ୍ତୁ ଭିନ୍ନ ଏକ ପ୍ରୟାସରେ ଇଂରାଜୀ ନବବର୍ଷ ପାଳନ କରିବାକୁ ଅଣ୍ଟା ଭିଡିଛି ଗଣିଆ ମହାବୀର ବଣିକ ସଂଘ । ମଙ୍ଗଳବାର ଭୋରରୁ ବଜାର କମିଟିର ୫୦ରୁ ଅଧିକ ବ୍ୟବସାୟୀ ଏକତ୍ରିତ ହୋଇ ଗାନ୍ଧୀ ଛକଠାରୁ ଆରମ୍ଭ କରି ବଜାରର ବିଭିନ୍ନ ସ୍ଥାନକୁ ସଫାସୁତୁରା କରିଛନ୍ତି । ଅଳିଆ ଆବର୍ଜ୍ଜନାକୁ ସଫା କରିବା ସହିତ ଅଳିଆ ସଫା ଗାଡ଼ିରେ ନେଇ ଅନ୍ୟତ୍ର ପକାଇଛନ୍ତି ।

hiring

ଏପରିକି ନୂଆ ବର୍ଷରେ ନୂଆ ସଂକଳ୍ପ ସହିତ ନିଜ ଦୋକାନ ସମ୍ମୁଖରେ ଅଳିଆ ନକରି ଡଷ୍ଟବିନ ବ୍ୟବହାର କରିବାକୁ ସଂକଳ୍ପ ନେଇଛନ୍ତି । ବଜାର କମିଟିର ଏଭଳି ପ୍ରୟାସକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଦାଶରଥି ସାହୁ, ସମ୍ପାଦକ ପ୍ରଭାତ କୁମାର ଦାଶ, ଉପସଭାପତି କୂଳମଣି ସାହୁ, ସହ ସମ୍ପାଦକ ଦିନବନ୍ଧୁ ସାହୁ, ଉପଦେଷ୍ଟା ଜଗନ୍ନାଥ ଦାଶ, ପ୍ରଦୀପ୍ତ କୁମାର ମହାପାତ୍ର, ଚିତ୍ତରଞ୍ଜନ ସାହୁ, ନାରାୟଣ ବାରିକ,ଦିପ୍ତିରଞ୍ଜନ ଦାଶ, ସୁଶାନ୍ତ କୁମାର ସାହୁ, ପ୍ରକାଶ କୁମାର ସାହୁ, ପ୍ରାଣବନ୍ଧୁ ଦାଶ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

one + two =