କଟକ : କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା। ଅର୍ପିତା ଚୌଧୁରୀଙ୍କ ପାଇଁ ବଢ଼ିଲା କି ଅଡ଼ୁଆ। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ ଦ୍ବାରସ୍ଥ। ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀଙ୍କ ସହ ଆଗୁଆ ଜାମିନ ଆବେଦନ କଲେ ଅର୍ପିତା। ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ଜାମିନ୍ ଆବେଦନ ହୋଇଥିବା ଚର୍ଚ୍ଚା। ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନାଙ୍କ ଏତଲା ପରେ ଉଚ୍ଚ ଅଦାଳତଙ୍କ ଦ୍ବାରସ୍ଥ ହୋଇଛନ୍ତି ବିବାଦୀ କଣ୍ଠଶିଳ୍ପୀ। ପୂର୍ବରୁ ଶେଫାଳୀ ସୁନା କଟକ ମର୍କତ ନଗର ଥାନାରେ ପୁଅ ମୃତ୍ୟୁକୁ ନେଇ ୯ ଜଣଙ୍କ ନାଁରେ ସଂଙ୍ଗିନ୍ ଅଭିଯୋଗ କରିଥିଲେ। ଏତଲା ଆଧାରରେ କମିଶନରେଟ୍ ପୁଲିସ ମାମଲାର ଖୋଳତାଡ଼ା କରୁଛି।
