ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ

0 56

ବୌଦ୍ଧ:- ଶୁକ୍ରବାର ସନ୍ଧ୍ୟାରେ ଆନନ୍ଦ ଉଲ୍ଲାସର ସହିତ ଉଦଘାଟିତ ହୋଇଯାଇଛି ବୌଦ୍ଧ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା । ଆଜି ବୌଦ୍ଧ ଜିଲ୍ଲାର ୩୨ତମ ପ୍ରତିଷ୍ଠା ଦିବସରେ ଆୟୋଜିତ ହୋଇଛି ବୌଦ୍ଧ ମହୋତ୍ସବ । ମହୋତ୍ସବ ପାଇଁ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକରୁ ସ୍ୱତନ୍ତ୍ର ସାଂସ୍କୃତିକ ଦଳ ବୌଦ୍ଧର ବୁଦ୍ଧ ମନ୍ଦିରଠାରେ ପହଞ୍ଚିବା ପରେ ଭଗବାନ ବୁଦ୍ଧଙ୍କ ଠାରେ ପୂଜାର୍ଚ୍ଚନା ପରେ ଏକ ବିଶାଳ ଶୋଭାଯାତ୍ରାରେ ତିନୋଟି ବ୍ଲକରୁ ଆସିଥିବା ମଶାଲ ମହୋତ୍ସବ ମଣ୍ଡପ ନିକଟରେ ସ୍ଥାପନ କରାଯାଇଥିଲା ।

hiring

ଏହି ବିଶାଳ ଶୋଭାଯାତ୍ରାରେ ବୌଦ୍ଧ ବିଧାୟକ ତଥା ସରାକୀର ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, କନ୍ଧମାଳ ସାଂସଦଙ୍କ ବୌଦ୍ଧ ଜିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ପ୍ରଧାନ, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି, ତିନି ବ୍ଲକର ବିଡ଼ିଓ , ତହସିଲଦାର ଓ ହଜାର ହଜାର ସଂଖ୍ୟାରେ କଳାକାର ସାମିଲ ହୋଇଥିଲେ । ଏହାପରେ ମଞ୍ଚରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିବାପରେ ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀ ମେଳା, ଆତ୍ମନିର୍ଭର ଭାରତ ସ୍ୱଦେଶୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ-୨୦୨୬ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସରକାରୀ ଉଦ୍ୟୋଗ ମାନ୍ୟବର ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ସଙ୍ଗୀତାୟନ ଅନୁଷ୍ଠାନ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

2 × four =