ପୁରୀ- ଆଜି ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆରତୀର ୨୦ ତମ ବାର୍ଷିକ ଉତ୍ସବ ପୁରୀ ସ୍ବର୍ଗଦ୍ବାର ବେଳାଭୂମି ଠାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି । ପୌଷପୂର୍ଣ୍ଣିମା ଅବସରରେ ମହୋଦଧି ଆଳତୀର ୨୦ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହୋଇଥିବା ବେଳେ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା। ପୁରୀ ଗୋବର୍ଦ୍ଧନ ମଠ ପକ୍ଷରୁ ପ୍ରତିଦିନ ଏହି ମହୋଦଧି ଆଳତୀ ଅନୁଷ୍ଠିତ ହେଉଥାଏ। ଆଜି ଏହାର ୨୦ ତମ ବାର୍ଷିକ ଉତ୍ସବ ପାଳନ କରାଯାଉଥିବା ବେଳେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସମେତ ଗଜପତି ମହାରାଜା ଦିବ୍ୟସିଂହ ଦେବ,ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍,ସାଂସଦ ସମ୍ବିତ ପାତ୍ର,ମନମୋହନ ସାମଲ,ବିଧାୟକ ଆଶ୍ରିତ ପଟ୍ଟନାୟକ,ଆମର ଶତପଥୀ,ଜୟନ୍ତ ଷଡ଼ଙ୍ଗୀଙ୍କ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂ,ଅନେକ ବିଧାୟକ, ମନ୍ତ୍ରସାଧୁସନ୍ଥଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଭାରତବର୍ଷର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସାଧୁସନ୍ଥ ଉପସ୍ଥିତ ରହି ଧାର୍ମିକ ଜ୍ଞାନ ବାର୍ତା ସହ ଦିବ୍ୟ ସନ୍ଦେଶ ଭକ୍ତ ଜନଙ୍କୁ ପ୍ରଦାନ କରିଥିଲା । ବିଶ୍ୱର କଲ୍ୟାଣ ଓ ଶାନ୍ତି ବଜାୟ ରଖିବା ଉଦ୍ୟେଶ୍ୟରେ ଏହି ଆଳତୀ କରାଯାଉଥିବା ବେଳେ ଏହାକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଗଜପତି ଦିବ୍ୟସିଂହ ଦେବ ମହୋତ୍ସବରେ କହିଲେ ଯେ,ଆଧ୍ୟାତ୍ମିକ ଶିକ୍ଷା ଦ୍ଵାରା ବ୍ୟକ୍ତିର ଚିନ୍ତନ ରେ ପରିବର୍ତନ ହୋଇପାରିବ।ସନତାନି ହିନ୍ଦୁ ସମାଜ ଗୁରୁଜୀଙ୍କ ମାର୍ଗଦର୍ଶନ ରେ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଉତ୍ସବରେ ଆଶ୍ରିବଚନ ପ୍ରଦାନ କରି କହିଲେ ଯେ, ଭାରତକୁ କେହି ଲକ୍ଷହିନ କରିପାରିବେ ନାହିଁ,କାରଣ ସମୟ ସମୟେ ରେ ମନିଶି ମାନେ ଆବିର୍ଭୁତ ହୋଇଥାନ୍ତି। ଆତ୍ମାକୁ ଜାଣିବା ହିଁ ମୁକ୍ତି। ମହୋଦଧି ର ମର୍ଯ୍ୟାଦା ପ୍ରତ୍ୟେକ ରକ୍ଷା କରିବା ଦରକାର। ସନାତନ ଧର୍ମର ଆଦର୍ଶ ପ୍ରତ୍ୟେକ ଅନୁକରଣ କରିବା ଆବଶ୍ୟକ।ଜୀବନରେ ତ୍ୟାଗର ମୂଲ୍ୟ ଅମୂଲ୍ୟ।ଆଜିର ବିଜ୍ଞାନ ବୈଦିକ ବ୍ୟବସ୍ଥାର ଅନୁକରଣୀୟ। ବିକିଶିତ ହିନ୍ଦୁରାଷ୍ଟ୍ର ଗଠନରେ ପ୍ରତ୍ୟେକ ବ୍ରତୀ ହେବା ଦରକାର।ମହୋଦଧି କୂଳ ଭୋଗର ସ୍ଥାନ ନହୋଇ ଆଧ୍ୟାତ୍ମିକ କେନ୍ଦ୍ରସ୍ଥଳ ହେବା ଦରକାର ବୋଲି ଗୁରୁଜୀ ମାତ ଦେଇଥିଲା।ସଭାପରେ ଗୁରୁଜୀଙ୍କ ଦ୍ଵାରା ସମୁଦ୍ର ଆରତୀ କରାଯାଇଥିଲା।
