ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଶ୍ରେୟସ ଆୟର ଦଳକୁ ଫେରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜସପ୍ରିତ ବୁମରାହ ନାଁ ଲିଷ୍ଟରେ ନାହିଁ। ଉଭୟଙ୍କୁ ଦଳରେ ସୁଯୋଗ ଦିଆଯିବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ ହୋଇଥିଲା। ପୂର୍ବରୁ ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ ଟିମ୍ ମ୍ୟାନେଜମେଣ୍ଟର ଧ୍ୟାନ ବର୍ତ୍ତମାନ ଆଗାମୀ ଟି-୨୦ ବିଶ୍ୱକପ୍ ଉପରେ ରହିଛି, ଯାହା କାରଣରୁ ହାର୍ଦ୍ଦିକ ଏବଂ ବୁମରାହଙ୍କୁ ବିଶ୍ରାମ ଦିଆଯାଇଛି। ଉଭୟ ଷ୍ଟାର ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ଦେଖାଯିବେ।
ଶ୍ରେୟସ ଆୟରଙ୍କୁ ଦଳରେ ସାମିଲ କରି, ଭାରତୀୟ ବୋର୍ଡ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ସିରିଜରେ ତାଙ୍କର ଅଂଶଗ୍ରହଣ ସମ୍ପୂର୍ଣ୍ଣ ଭାବରେ ତାଙ୍କ ଫିଟନେସ୍ ଉପରେ ନିର୍ଭର କରିବ। ତାଙ୍କୁ ଏପର୍ଯ୍ୟନ୍ତ ବିସିସିଆଇର ସେଣ୍ଟର ଅଫ୍ ଏକ୍ସିଲେନ୍ସରୁ ଫିଟନେସ୍ କ୍ଲିଅରାନ୍ସ ମିଳିନାହିଁ।

ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ:
ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ (ୱିକେଟ୍ କିପର), ଶ୍ରେୟସ୍ ଆୟର୍ (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କୃଷ୍ଣ, କୁଲଦୀପ ଯାଦବ, ଋଷଭ ପନ୍ଥ (ୱିକେଟ୍ କିପର), ନୀତିଶ କୁମାର ରେଡ୍ଡି, ଅର୍ଶଦୀପ ସିଂହ, ଯଶସ୍ବୀ ଜୟସୱାଲ।
