ସମ୍ବଲପୁର ଜିଲ୍ଲାରେ ୬ କରୋନା ଯୋଦ୍ଧା ସହିତ ମୋଟ ୨୫ଜଣ ପଜିଟିଭ ଚିହ୍ନଟ

0 79

ସମ୍ବଲପୁର : ସମଗ୍ର ସମ୍ବଲପୁର ଜିଲ୍ଲାରେ ଆଜି ୨୫ଜଣ ପଜିଟିଭ ଚିହ୍ନଟ କରାଯାଇଛି ଓ ସେମାନଙ୍କ ମଧ୍ୟରୁ ଭିମସାର ରୁ ଦୁଇ ଜଣ ମହିଳା ସହିତ ୬ଜଣ କରୋନା ଯୋଦ୍ଧା ରହିଛନ୍ତି । ଆଜି ସବୁଠାରୁ ଅଧିକ ରେଢ଼ାଖୋଲ ରେ ୧୪ଜଣ ପଜିଟିଭ ଚିହ୍ନଟ କରାଯାଇଛି, ଯେଉଁଥିରେ ଦୁଇ ଜଣ ବାଳିକା (୮ ଓ ୧୦) ତଥା ଜଣେ ବାଳକ (୧୧) ସାମିଲ ରହିଛନ୍ତି । ଏହି ୧୪ଜଣଙ୍କ ମଧ୍ୟରୁ ୬ଜଣ ମହିଳା ଓ ୮ଜଣ ପୁରୁଷ ରହିଛନ୍ତି । ଏହା ସହିତ ସମ୍ବଲପୁର ନଗର ଭିତରେ ଆଜି ଜଣେ ମହିଳା (୨୩) ସହିତ ମୋଟ ୫ଜଣ ଚିହ୍ନଟ ହୋଇଛନ୍ତି, ଯାହାକି ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଇଙ୍ଗିତ କରୁଛି । ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ଯୋଗୁଁ ପ୍ରଶାସନକୁ ଚିହ୍ନିତ ସାହିକୁ କଣ୍ଟେନମେଣ୍ଟ ଜୋନ ଭାବେ ଓ ତାହାର ଚାରିଆଡେ ବଫରଜୋନ ଘୋଷିତ କରିବାକୁ ପଡୁଛି । ଏହିକ୍ରମରେ ଗତକାଲି ଶିକ୍ଷାନଗରୀ ବୁର୍ଲାରେ ୨ ଓ ସମ୍ବଲପୁର ରେ ୨ କଣ୍ଟେନମେଣ୍ଟ ଜୋନ କରା ଯାଇଥିଲା ଯାହା ସହିତ ଆଜି ଆଉ ଦୁଇଟି ଯୋଡ଼ି ହୋଇ ଯାଇଛି । ଏହା ସହିତ ସମ୍ବଲପୁର ନଗର ଭିତରେ ଆଉ ଚାରୋଟି କଣ୍ଟେନମେଣ୍ଟ ଜୋନ ଚିହ୍ନଟ କରାଯାଇଛି ଓ ଏବିଷୟରେ ପ୍ରଶାସନିକ ଘୋଷଣା ପାଇଁ ଅପେକ୍ଷା କରା ଯାଉଛି । ଏପଟେ ସେପଟେ ଚାରିଆଡେ ଛତୁ ଫୁଟିଲା ପରି କରୋନା ସଂକ୍ରମଣ ସହିତ ରାତି ଅଧରେ ହଠାତ ବ୍ୟାରିକେଡ଼ ଲଗେଇ କଣ୍ଟେନମେଣ୍ଟ ଜୋନ ଘୋଷଣା ଯୋଗୁଁ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଅଛନ୍ତି, ଯାହାକି ଏଠାରେ ଘୋଷିତ ସଟଡାଉନ ଭଲଭାବରେ ସଫଳ ହେବାର ଏକ ବଡ଼ କାରଣ ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

thirteen − 9 =