ନନ୍ଦନକାନନକୁ ଆସିବେ ନୂଆ ଅତିଥି

0 121

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ବଢ଼ିବ। ଧଳା ବାଘୁଣୀ ‘ରୂପା’ ଏବେ ଗର୍ଭବତୀ। ସେ ଚତୁର୍ଥଥର ପାଇଁ ମା’ ହେବାକୁ ଯାଉଛି। ପୁଣି ମା’ ହେବାକୁ ଯାଉଥିବାରୁ ଜନ୍ତୁ କେୟାରଟେକର ‘ରୂପା’ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି। ଫେବୃଆରୀ ୧୫ ତାରିଖ ମଧ୍ୟରେ ରୂପା ମା’ ହେବ ବୋଲି ନନ୍ଦନକାନନ ଚିକିତ୍ସକ ଡା. ଶରତ କୁମାର ସାହୁ ପୂର୍ବାନୁମାନ କରିଛନ୍ତି। ଗତ ବର୍ଷ ନଭେମ୍ବର ୨ରେ ବାଘ ‘ରାଜେଶ’ ସହ ବାଘ ସଫାରୀରେ ‘ରୂପା’ର ମିଳନ ହୋଇ ‘ରୂପା’ ଗର୍ଭବତୀ ହୋଇଥିଲା। ନନ୍ଦନକାନନ ଉପନିର୍ଦେଶକ ସନଥ କୁମାର ନାରାୟଣଙ୍କ ପରାମର୍ଶକ୍ରମେ ରୂପାକୁ ବାଘ ସଫାରୀ ଫିଡିଂ ଚାମ୍ବର ସ୍ବତନ୍ତ୍ର ଖୁଆଡ଼ରେ ରଖାଯାଇଛି।

hiranchal ad1
Leave A Reply

Your email address will not be published.

two + two =