ରାଜ୍ୟରେ ପ୍ଲାଜମା ଥେରାପି ହେଲା ସଫଳ

0 120

ଭୁବନେଶ୍ୱର: ମାତ୍ର ସପ୍ତାହକ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜମା ଥେରାପି ନେଇ ବହୁ ଆଶାବାଦୀ ଥିଲେ । ଯାହା ଆଜି ରାଜ୍ୟରେ ସଫଳ ହୋଇଛି । ବିଶ୍ୱ କରୋନା ମହାମାରୀ ଆତଙ୍କରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଆମ ରାଜ୍ୟ ମଧ୍ୟ ଏଥିରୁ ବାଦ ପଡିନାହିଁ । ଏଭଳି ଏକ ସମୟରେ ରାଜ୍ୟରେ ପ୍ଲାଜମା ଥେରାପି ସଫଳ ହେବା ଅତ୍ୟନ୍ତ ଆନନ୍ଦର ବିଷୟ । ୬ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣଙ୍କ ସ୍ୱାସ୍ଥ୍ୟବସ୍ଥାରେ ପ୍ଲାଜମା ଥେରାପି ଯୋଗେ ଉନ୍ନତି ଘଟିଛି । ଏହି ୪ଜଣ ଗୁରୁତର ଆକ୍ରାନ୍ତ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ସୂଚନା ମିଳିଛି । ସୁସ୍ଥ ହେଉଥିବା ୪ଜଣଙ୍କର ଆଉ ଅକ୍ସିଜେନ ସପୋଟ୍ ଆବଶ୍ୟକ ନାହିଁ । ବାକି ୨ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ସେମାନେ ବିପଦମୁକ୍ତ ରହିବେ ବୋଲି ଆଶା ପ୍ରକାଶ କରାଯାଇଛି । ୮୦ଜଣ ଜବାନ ପ୍ଲାଜମା ଦାନ କରିବାକୁ ଥିବା ବେଳେ ଆଜି ସେମାନେ କଟକ ସ୍ଥିତ ଏସସିବିରେ ପହଞ୍ଚିଥିଲେ । ତେବେ ପ୍ରଥମ ଦିନରେ ୮ଜଣ ଜବାନଙ୍କ ଆଣ୍ଟିବଡି ଟେଷ୍ଟ ପରେ ସେମାନେ ପ୍ଲାଜମା ଦେଇଥିଲେ । ମହାବାତ୍ୟା ଅମ୍‌ପନ ସମୟରେ ପୁର୍ନଦ୍ଧାର କାର୍ଯ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପଡୋଶୀ ପଶ୍ଚିମବଙ୍ଗ ଯାଇଥିବା ଅଗ୍ନଶମ ଜବାନମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ କରୋନା ଆକ୍ରାନ୍ତ ହୋଇଥିଲେ । ଚିକିତ୍ସିତ ହେବା ପରେ ସେମାନେ ସମସ୍ତେ ସୁସ୍ଥ ହୋଇଥିଲେ । ସୁସ୍ଥ ହେବା ପରେ ସେମାନେ ପ୍ଲାଜମା ଦାନ କରିବେ ବୋଲି ଅଗ୍ନିଶମ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ଟ୍ୱିଟ୍ ଯୋଗେ ସୂଚନା ଦେଇଥିଲେ । ସେହିପରି ସୁସ୍ଥ ହୋଇଥିବା ଏନଡିଆର୍‌ଏଫ୍ ଜବାନ ପ୍ଲାଜମା ଦାନ କରିବେ ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା ମଧ୍ୟ ସୂଚନା ଦେଇଥିଲେ । ପ୍ଲାଜମା ଥେରାପିର ସଫଳ ପ୍ରୟୋଗ ରାଜ୍ୟରେ ପୂର୍ବରୁ ହୋଇଥିଲା ବୋଲି କୁହାଯାଇଛି । ବର୍ତ୍ତମାନ ଏହି ଥେରାପୀ ଭୁବନେଶ୍ୱର ସ୍ଥିତ ସମ କୋଭିଡ ହସ୍ପିଟାଲ ଓ କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲ ଉତ୍ସର୍ଗୀକୃତ ସେବା ଦେଇଥିବା ବେଳେ ଭୁବନେଶ୍ୱର ସ୍ଥିତ କିମ୍ସ କୋଭିଡ ହସ୍ପିଟାଲ ପ୍ଲାଜମା ଥେରାପି ସେବା ପାଇଁ ପ୍ରସ୍ତୁତ ହେଉଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି ଯେ, ମୋଟ ୮ୟୁନିଟ୍ ପ୍ଲାଜମା ସଂଗ୍ରହ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ଟି ପ୍ଲାଜମାକୁ ବ୍ୟବହାର କରାଯାଇଥିଲା । ଏଥିରୁ ୪ଟି ସମ୍ କୋଭିଡ ହସ୍ପିଟାଲ ଓ ୨ଟି ଅଶ୍ୱିନୀ ହସ୍ପିଟାଲରୁ ସଂଗୃହିତ ପ୍ଲାଜମାର ସଫଳ ପରୀକ୍ଷଣ କରାଯାଇଥିଲା । ଯାହା ଏବେ ସଫଳ ହୋଇଛି ।

hiranchal ad1
Leave A Reply

Your email address will not be published.

2 × 3 =