ଆସନ୍ତାକାଲି ଠାରୁ ଏମ୍ସରେ ଦେଶର ପ୍ରଥମ କରୋନା ଟିକାର ମାନବ ପରୀକ୍ଷଣ

0 90

ନୂଆଦିଲ୍ଲୀ : ଆସନ୍ତାକାଲି ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ପ୍ରଥମ କରୋନା ଟିକା କୋଭାକ୍ସିନ୍ର ମାନବ ପରୀକ୍ଷଣ ହେବ । ଦିଲ୍ଲୀସ୍ଥିତ ଏମ୍ସରେ ଏହି ପରୀକ୍ଷଣ କରାଯିବ । ଏଥିପାଇଁ ପୂର୍ବରୁ ଅନୁମତି ମିଳିସାରିଛି ଏବଂ ପରୀକ୍ଷଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏହି ପରୀକ୍ଷଣ ପାଇଁ ସୋମବାରଠାରୁ ସୁସ୍ଥ ଲୋକଙ୍କୁ ପଞ୍ଜୀକରଣ କରିବା ପ୍ରକ୍ରିୟା ଆରମ୍ଭ ହେବ । ଏପର୍ଯ୍ୟନ୍ତ ଯେଉଁମାନେ କରୋନାରେ ଆଦୌ ସଂକ୍ରମିତ ହୋଇନାହାନ୍ତି ସେହିମାନଙ୍କୁ ନେଇ ପରୀକ୍ଷଣ ହେବ ବୋଲି ଏମ୍ସର କମ୍ୟୁନିଟି ମେଡ଼ିସିନ୍ ସେଣ୍ଟରର ପ୍ରଫେସର ସଂଜୟ ରାୟ ରବିବାର ସୂଚନା ଦେଇଛନ୍ତି ।
ଏମ୍ସର ନୈତିକ କମିଟି କିଛି ଦିନ ପୂର୍ବରୁ ଏହି ପରୀକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ମଧ୍ୟ ଶନିବାର ମାନବ ପରୀକ୍ଷଣକୁ ଅନୁମତି ମିଳିଛି । ପ୍ରଫେସର ସଞ୍ଜୟ ରାୟଙ୍କ କହିବା ମୁତାବକ, ଯେ କୌଣସି ସୁସ୍ଥ ବ୍ୟକ୍ତି ଯିଏ ଏହି ପରୀକ୍ଷଣରେ ଭାଗ ନେବାକୁ ଚାହାଁନ୍ତି, ସେ ତାଙ୍କ ଆବେଦନକୁ ଇମେଲ ମାଧ୍ୟମରେ ପଠାଇ ପାରିବେ । ତାଙ୍କୁ [email protected]କୁ ମେଲ୍ କରିବାକୁ ପଡିବ କିମ୍ବା ସେ ୭୪୩୮୮୪୭୪୯୯କୁ ମେସେଜ୍ କିମ୍ବା କଲ ମଧ୍ୟ କରିପାରିବେ ।ଏହି ପରୀକ୍ଷଣର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ ଜଣ ଲୋକ ସାମିଲ ହେବେ । ଆମେ ପୂର୍ବରୁ କିଛି ଲୋକଙ୍କୁ ପଞ୍ଜୀକୃତ କରିଛୁ ଯେଉଁମାନେ ଏଥିରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସୋମବାରଠାରୁ ଆମ ଦଳ ଏହି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିବ, ଯାହା ପରେ ସେମାନଙ୍କୁ ଏହି ଟିକା ଦିଆଯିବ । ୧୨ଟି ସ୍ଥାନରେ ପରୀକ୍ଷା କରାଯିବ । ପାଟନା ଏମ୍ସରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇସାରିଥିବା କହିଛନ୍ତି ପ୍ରଫେସର ସଞ୍ଜୟ ରାୟ ।

hiranchal ad1
Leave A Reply

Your email address will not be published.

five − 1 =