ଦେଶରେ ରେକଡର଼୍ ପରେ ରେକଡର଼୍ ଭାଙ୍ଗୁଛି ଦୈନିକ ସଂକ୍ରମଣ

0 96

ନୂଆଦିଲ୍ଲୀ : ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଲାଣି ବୋଲି ଆଇଏନ୍ଏ ସ୍ପଷ୍ଟ କରିସାରିଥିବା ବେଳେ ଦୈନିକ ସଂକ୍ରମଣ ରେକଡର଼୍ ପରେ ରେକଡର଼୍ ଭାଙ୍ଗୁଛି । ଗତ ୨୪ ଘଣ୍ଟାରେ ପୁଣି ରେକଡର଼୍ ସଂଖ୍ୟକ ୩୮ ହଜାର ୯୦୨ ଜଣ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ଏହି ଅବଧି ଭିତରେ ଆଉ ୫୪୩ଜଣ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୬୧୮ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୨୬ ହଜାର ୮୧୬କୁ ବୃଦ୍ଧି ପାଇଛି । ଅପରପକ୍ଷରେ, ୬ ଲକ୍ଷ ୭୭ ହଜାର ୪୨୧ଜଣ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ସୂଚନା ଦିଆଯାଇଛି ।
ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୫୮୬ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୫୩ ଜଣ, ବିହାରରେ ୨୦୮ଜଣ, ଚଣ୍ଡିଗଡରେ ୧୨ ଜଣ, ଛତିଶଗଡରେ ୨୪ ଜଣ, ଦାଦର ନଗର ହାୱ?ଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୫୯୭ ଜଣ, ଗୋଆରେ ୨୧ ଜଣ, ଗୁଜରାଟରେ ୨୧୨୨ ଜଣ, ହରିୟାଣାରେ ୩୪୪ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୩୬ଜଣ, ଝାଡଖଣ୍ଡରେ ୪୬ ଜଣ, କର୍ଣ୍ଣାଟକରେ ୧୨୪୦ଜଣ, କେରଳରେ ୪୦ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୭୦୬ଜଣ, ମହାରାଷ୍ଟ୍ରରେ ୧୧୫୯୬ଜଣ, ମେଘାଳୟରେ ୨ ଜଣ, ଓଡିଶାରେ ୮୬ ଜଣ, ପୁଦ୍ଦୁଚେରୀରେ ୨୮ ଜଣ, ପଞ୍ଜାବରେ ୨୪୬ଜଣ, ରାଜସ୍ଥାନରେ ୫୫୩ଜଣ, ତାମିଲନାଡୁରେ ୨୪୦୩ଜଣ, ତେଲେଙ୍ଗାନାରେ ୪୦୯ଜଣ, ତ୍ରିପୁରାରେ ୫ଜଣ, ଉତ୍ତରାଖଣ୍ଡରେ ୫୨ ଜଣ, ଉତ୍ତରପ୍ରଦେଶରେ ୧୧୦୮ଜଣ ଏବଂ ପଶ୍ଚମବଙ୍ଗରେ ୧୦୭୬ଜଣ ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୯୮), ଆନ୍ଧ୍ରପ୍ରଦେଶ (୪୪୬୦୯), ଅରୁଣାଚଳ ପ୍ରଦେଶ (୬୫୦), ଆସାମ (୨୨୯୧୮), ବିହାର (୨୫୧୩୬), ଚଣ୍ଡିଗଡ (୭୦୦), ଛତିଶଗଡ (୫୨୩୩), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୬୦୨), ଦିଲ୍ଲୀ (୧୨୧୫୮୨), ଗୋଆ (୩୪୮୪), ଗୁଜରାଟ (୪୭୩୯୦), ହରିୟାଣା (୨୫୫୪୭), ହିମାଚଳ ପ୍ରଦେଶ (୧୪୫୭), ଜମ୍ମୁ ଓ କଶ୍ମୀର (୧୩୧୯୮), ଝାଡଖଣ୍ଡ (୫୩୪୨) କର୍ଣ୍ଣାଟକ (୫୯୬୫୨), କେରଳ (୧୧୬୫୯), ଲଦାଖ (୧୧୫୯), ମଧ୍ୟପ୍ରଦେଶ (୨୧୭୬୩), ମହାରାଷ୍ଟ୍ର (୩୦୦୯୩୭), ମଣିପୁର (୧୮୯୧), ମେଘାଳୟ (୪୧୮), ମିଜୋରାମ (୨୮୪), ନାଗାଲାଣ୍ଡ (୯୭୮), ଓଡିଶା (୧୬୭୦୧), ପୁଦ୍ଦୁଚେରୀ (୧୮୯୪), ପଞ୍ଜାବ (୯୭୯୨), ରାଜସ୍ଥାନ (୨୮୫୦୦), ସିକିମ୍ (୨୭୫), ତାମିଲନାଡୁ (୧୬୫୭୧୪), ତେଲେଙ୍ଗାନା (୪୩୭୮୦), ତ୍ରିପୁରା (୨୬୫୪), ଉତ୍ତରାଖଣ୍ଡ (୪୨୭୬), ଉତ୍ତରପ୍ରଦେଶ (୪୭୦୩୬) ଓ ପଶ୍ଚିମବଙ୍ଗ (୪୦୨୦୯ ) ।

hiranchal ad1
Leave A Reply

Your email address will not be published.

2 × four =