ଆଜି ରଥକାଠ ଅନୁକୂଳ

0 48

ପୁରୀ :  ପବିତ୍ର ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥକାଠା ରଥଯାତ୍ରା ପାଇଁ ତିନିଟି କାଠକୁ ବିଧି ମୁତାବକ ପୂଜା କରାଯିବା ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣମାନଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯିବା ରଥ ନିର୍ମାଣ ସୃଜନୀ କାର୍ଯ୍ୟ ହୋଇଥିବାରୁ ମା’ ସରସ୍ବତୀଙ୍କୁ ଆବାହନ କରାଯିବ | ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇ ରଥଯାତ୍ରା ନିର୍ବିଘ୍ନ ସମାପନ ପାଇଁ ପ୍ରାର୍ଥନା କରାଯିବା ରଥ ସଂହିତା ଅନୁଯାୟୀ, ତିନି ରଥ ନିର୍ମାଣ ପାଇଁ ୪୨୬ ଖଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାଶି ଓ ୩ ଖଣ୍ଡ ଶିମିଳି କାଠ, ଏପରି ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥାଏ | ଗତ ବର୍ଷ ରଥଯାତ୍ରାରେ ୪୭ ଖଣ୍ଡ କାଠ ବଳକା ରହିଛି | ଆଉ ମୋଟ ୮୧୮ ଖଣ୍ଡ କାଠ ଆବଶ୍ୟକ ରହିଛି | ଏହା ଭିତରେ ରଥ ନିର୍ମାଣ ନିମନ୍ତେ ପ୍ରଥମ ପର୍ଯ୍ୟାୟ କାଠ ଆସି ପୁରୀରେ ପହଞ୍ଚିସାରିଛି । ୮୩ ଖଣ୍ଡ ୨୦ ଫୁଟିଆ ଏବଂ ୧୨ ଫୁଟିଆ ଅସନ ଓ ଧଉରା କାଠ ତିନିଟି ଟ୍ରକ୍‌ରେ ଆସି ପହଞ୍ଚିଛି । ରଥ କାଠ ଅନୁକୂଳ ପରେ ପବିତ୍ର ରାମନବମୀରେ ରଥକାଠ ଚିରଟ ଲେ। ଏବଂ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବା

hiranchal ad1
Leave A Reply

Your email address will not be published.

twenty − 1 =