ସଟ୍ ଡାଉନର ପ୍ରଭାବ, ବୌଦ୍ଧରେ ଆଳୁ ହେଲା ୪୦ ଟଙ୍କା

0 827

ବୌଦ୍ଧ,୨୦/୭ – ଦ୍ରୁତଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ଅନେକ ଜିଲ୍ଲାରେ ପ୍ରଶାସନ ସଟ୍ ଡାଉନ୍ ଘୋଷଣା କରିଛି । କୋଉଠି ପ୍ରତି ଶନିବାର ଓ ରବିବାର ସଟ୍ ଡାଉନ୍ ହେଉଥିବା ବେଳେ ଅନେକ ସ୍ଥାନରେ କିଛି ଦିନ ପାଇଁ ସଂପୂର୍ଣ୍ଣ ସଟ୍ ଡାଉନ୍ର ଘୋଷଣା ହେଉଛି । ଏଭଳି ପରିସ୍ଥିତିରେ ପରିବା ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ବିକ୍ରି ପାଇଁ ଯଦିଓ କଟକଣା ନାହିଁ ତଥାପି ଦରଦାମ ବୃଦ୍ଧି ଖାଉଟି ମାନଙ୍କୁ ଖୁବ୍ ବାଧୁଛି । ଗତ ସପ୍ତାହରେ ବୌଦ୍ଧ ସହରର ବିଭିନ୍ନ ଅଞ୍ଚଳକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ଶୁକ୍ରବାର ଦିନ ଠାରୁ ଆସନ୍ତା ୨୬ ତାରିଖ ଯାଏଁ ସଟ୍ ଡାଉନ୍ କରିବା ପରେ ପରିବା ଦର ହୁ ହୁ ହୋଇ ବଢୁଛି । ୩ ଦିନ ହେଲା ବୌଦ୍ଧ ସହରରେ ଆଳୁ କେ.ଜି. ୪୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଦର ଉପରେ ପ୍ରଶାସନ କିମ୍ବା ନିୟନ୍ତ୍ରିତ ବଜାର କମିଟିର କୌଣସି ନିୟନ୍ତ୍ରଣ ରହୁନଥିବା ଯୋଗୁଁ ବ୍ୟବସାୟୀ ମାନେ ମନଇଚ୍ଛା ଦର ନେଉଥିବା ଖାଉଟିମାନେ ଅଭିଯୋଗ କରିଛନ୍ତି । କଣ୍ଟେନମେଣ୍ଟ ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯିବାର ନିୟମ ଥିଲେ ମଧ୍ୟ ସେଥିପ୍ରତି ଧ୍ୟାନ ଦେଉନଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

eighteen − 2 =