ଭୁବନେଶ୍ୱର: ଆସନ୍ତା ଅପ୍ରେଲ ସରିବ ଓଡିଶାର 4 ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ । ଏହାକୁ ନେଇ ଏବେଠୁ ସରଗରମ ହେଲାଣି ରାଜନୀତି । ରାଜ୍ୟର ତିନି ପ୍ରମୁଖ ଦଳ ଏହାକୁ ନେଇ ଆରମ୍ଭ କରି ଦେଲାଣି ପ୍ରସ୍ତୁତି । ସଂଖ୍ୟା ଖେଳ ଅନୁଯାୟୀ ଶାସକ ବିଜେପି 2ଟି ଓ ମୁଖ୍ୟ ବିରୋଧୀ ବିଜେଡି ଗୋଟିଏ ଆସନ ପାଇବା ନିଶ୍ଚିତ । ତେବେ ଚତୁର୍ଥ ଆସନ ପାଇଁ କାହା ପାଖରେ ସଂଖ୍ୟା ନାହିଁ । ତେଣୁ ଏହି ଆସନ ଉପରେ ସବୁ ଦଳ ଆଖି ରହିଛି । ସଂଖ୍ୟା ଗଣିତରେ ଦୁର୍ବଳ ଥିବା ସତ୍ତ୍ବେ ଏହି ଆସନ ଉପରେ ଆଖି ପୁରାଇବା ଶାସକ ବିଜେପି ଓ ବିରୋଧୀ ବିଜେଡି ମୁଖିଆକୁ ଚିନ୍ତାରେ ପକାଇଛି । ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ ଖୋଲାଖୋଲି ଭାବେ କହିଛନ୍ତି କଂଗ୍ରେସ ଏହି ନିର୍ବାଚନରେ ପ୍ରାର୍ଥୀ ଦେବ । ସେ କହିଛନ୍ତି ନିର୍ବାଚନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ। ହାର୍ ଜିତ୍ ପାଇଁ ଭୟ ନାହିଁ। କିନ୍ତୁ ଆମେ ପ୍ରାର୍ଥୀ ଦେବୁ। ଦଳ ବାହାରୁ ହେଉ କି ଭିତର, ଆମେ ପ୍ରାର୍ଥୀ ଦେବୁ । ଆବଶ୍ୟକ ସଂଖ୍ୟା ନଥିବା ସତ୍ୱେ ୩/୪ଜଣଙ୍କ ନାଁ ସ୍ଥିର ହୋଇଛି । ଏନେଇ ଦଳର ହାଇକମାଣ୍ଡଙ୍କ ସହ ଆଲୋଚନା କରାଯିବ । ଦଳ ଭିତରୁ ହେଉ କି ବାହାରୁ ବି କାହାକୁ ଜଣଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଭକ୍ତ ଦାସ କହିଛନ୍ତି ।
