ଅଲିଗଜୁ ଘାଟିରେ ଓଲଟିଲା ମେଟାଲ ବୋଝେଇ ଟ୍ରକ, ଡ୍ରାଇଭର ଗୁରୁତର

0 224

ଦାରିଙ୍ଗବାଡ଼ି ୨୦/୭ : ଦାରିଙ୍ଗବାଡି ବ୍ଲକ ବାରାଡ଼ିକ୍ଲିୟୁ ନିକ ଅଲିଗଜୁ ଘାଟି ବୁଲାଣି ଠାରେ ଆଜି ଏକ ମେଟାଲ ବୋଝେଇ ହାଇୱା ଟ୍ରକ ଦୁର୍ଘଟଣା ଘଟି ଗାଡ଼ିର ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଗାଡ଼ି ଚାଳକଙ୍କ ନାମ ମୁନ୍ନା ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମାନସ ରଞ୍ଜନ ବାରିକ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ପୋଲିସ କର୍ମଚାରୀ ପହଞ୍ଚି ଗାଡ଼ି ଭିତରେ ଚାପି ହୋଇ ରହିଥିବା ଗାଡ଼ି ଚାଳକ କୁ ଉଦ୍ଧାର କରିଥିଲେ । ସୂଚନା ପ୍ରକାରେ ରାଇକିଆ ଅଞ୍ଚଳରେ ଏକ ପ୍ରଧାନମନ୍ତ୍ରୀ ସଡକ ରାସ୍ତା ନିର୍ମାଣ କରୁଥିବା ଏନ.ବି.ସି.ସି କମ୍ପାନୀ ର ଏକ ଗାଡ଼ି ନମ୍ବର (CG-22J5800)ଦାରିଙ୍ଗବାଡି ଅଂଚଳରେ ଥିବା ଆରକେଡି କ୍ରସର ପ୍ଲାଣ୍ଟରୁ ମେଟାଲ ବୋଝେଇ କରି ରାଇକିଆ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଅଲିଗଜୁ ଘାଟି ବୁଲାଣି ରେ ଓଲଟି ପଡିଥିଲା । ଗାଡ଼ିଟି ଓଲଟି ପଡ଼ିବାରୁ ରାସ୍ତା କଡରେ ଥିବା ଏକ ଗଛ ଗାଡ଼ି ଭିତରେ ପଶି ଯାଇଥିଲା । ସେଥିରେ ଚାଳକ ଜଣକ ଚାପି ହୋଇ ରହିଥିଲେ । ୫୯ନମ୍ବର ଜାତୀୟ ରାଜପଥ କାମ କରୁଥିବା ଆରକେଡି ସଂସ୍ଥାର ହିଟାଚି ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ଉଠାଇ ଗାଡ଼ି ଚାଳକକୁ ବାହାର କରାଯାଇ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ଦୁର୍ଘଟଣାରେ ଗାଡ଼ିର ହେଲ୍ପର ଅବିନାଶ ଟଣ୍ଡନ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

hiranchal ad1
Leave A Reply

Your email address will not be published.

three × 2 =