ସଂପୂର୍ଣ୍ଣ ମାଓ ମୁକ୍ତ ହେଲା କୋରାପୁଟ ଜିଲ୍ଲା

0 44

କୋରାପୁଟ : ମାଲକାନଗିରି ପରେ କୋରାପୁଟ ଜିଲ୍ଲା ହୋଇଛି ମାଓ ମୁକ୍ତ । ପୁରା କୋରାପୁଟ ଜିଲ୍ଲା ଏବେ ମାଓ ମୁକ୍ତ ହୋଇଛି । ସଂପୂର୍ଣ୍ଣ କୋରାପୁଟ ଜିଲ୍ଲାକୁ ମାଓ ମୁକ୍ତ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ ।
ସେହିପରି ରାଜ୍ୟ ସରକାରଙ୍କ ନୂତନ ଆତ୍ମସମର୍ପଣ ଯୋଜନାରେ ଅନୁପ୍ରାଣିତ ହୋଇ ଏସିଏମ ରାଙ୍କର କ୍ୟାଡର ମମତା ପଡିଆମୀ ଆତ୍ମସମର୍ପଣ କରିଛନ୍ତି। ନିଜ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି ମମତା ପଡିଆମୀ । ତାଙ୍କ ଠାରୁ ଟିଫିନ ବୋମା ସହି ଅଫୁଟା ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ତେବେ ଆତ୍ମସମର୍ପଣ ପରେ ସରକାରଙ୍କ ତରଫରୁ ସହାୟତା ରାଶି ମଧ୍ୟ ଯୋଗାଇ ଦିଆଯାଇଛି। ସରକାରଙ୍କ ନିୟମ ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସାମ୍ବାଦିକ ସମ୍ବିଳନୀରେ ଡ଼ିଆଇଜି କହିଛନ୍ତି।

hiranchal ad1
Leave A Reply

Your email address will not be published.

18 − 6 =