ଫୁଲବାଣୀ ସମେତ ବିଭିନ୍ନ କୋର୍ଟକୁ ବୋମା ଧମକ,ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

0 212

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲା କୋର୍ଟକୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକ ମିଳିଛି। ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। କଟକ, ପୁରୀ, ସମ୍ବଲପୁର ଏବଂ ଫୁଲବାଣୀ କୋର୍ଟ ପରିସରରେ ଏବେ ହାଇ-ଆଲର୍ଟ ଜାରି କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି।

କନ୍ଧମାଳ ଜିଲା ଫୁଲବାଣୀ ଜିଲା ଦୌରା ଜଜ୍‌ କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ଏହି ଧମକ ଇ-ମେଲ୍‌ ଯୋଗେ ଆସିବା ପରେ କୋର୍ଟ ପରିସରରେ ଭୟର ବାତାବରଣ ଖେଳିଯାଇଛି । ଖବର ପାଇ ଘଟଣା ସ୍ଥଳରେ ବମ୍‌ ସ୍କ୍ୱାର୍ଡ ଓ ଡଗ୍‌ ସ୍କ୍ୱାର୍ଡ ପହଞ୍ଚି ତଲାସି କରୁଛନ୍ତି । ଫଳରେ କୋର୍ଟ କାର୍ଯ୍ୟ ବନ୍ଦ ରହିଛି । ସମସ୍ତ ଆଇନଜୀବୀ ମାନେ କୋର୍ଟ ବାହାରକୁ ପଳାଇ ଆସିଛନ୍ତି । କୋର୍ଟ ପରିସରରେ ପୁଲିସ ଛାଉଣୀ ସହିତ ବୋମା ନେଇ ତଲାସି ଜୋରଦାର କରାଯାଉଛି । ମିଳିଥିବା ସୂଚନା ଅନୁସାରେ ଆଜି କୋର୍ଟ କାର୍ଯ୍ୟ ଆରମ୍ଭ ହେବାର ମାତ୍ର ୧୦ରୁ ୧୫ମିିନିଟ୍‌ ପରେ ଏକ ବୋମା ଧମକ ଆସିଥିଲା । ଏହା ପରେ ଛାନଭିନ୍‌ ଜୋରଦାର କରାଯାଇଛି । ଯେଉଁମାନେ ଏଭଳି ଧମକ ଦେଉଛନ୍ତି ଓ ଏଭଳି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ କଡା ଦଣ୍ଡ ଦେବାକୁ ଆଇନଜୀବୀ ମାନେ ଦାବି କରିଛନ୍ତି ।

hiring

କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଏକ ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ କଟକରେ ଆଲର୍ଟ ଜାରି ହୋଇଛି। ପୋଲିସ ତୁରନ୍ତ କୋର୍ଟ ପରିସରକୁ ଖାଲି କରିବା ସହ ବୋମା ନିଷ୍କ୍ରିୟକାରୀ ଦଳ ସାହାଯ୍ୟରେ ଖାନତଲାସୀ ଆରମ୍ଭ କରିଛି।

ପୁରୀ ଏବଂ ସମ୍ବଲପୁର ଜିଲା ଜଜ୍ କୋର୍ଟକୁ ମଧ୍ୟ ସମାନ ଧରଣର ଧମକ ମିଳିଛି। ସମ୍ବଲପୁରରେ ବମ୍ ଓ ଡଗ୍ ସ୍କ୍ୱାଡ୍ ଦ୍ୱାରା ପ୍ରତ୍ୟେକ କୋଣକୁ ଯାଞ୍ଚ କରାଯାଉଛି।ଫୁଲବାଣୀରେ ମଧ୍ୟ ସୁରକ୍ଷା ଯାଞ୍ଚକୁ ଜୋରଦାର କରାଯାଇଛି। କୋର୍ଟ ପରିସର ଭିତରକୁ ଅଣ-ଅଧିକୃତ ବ୍ୟକ୍ତିଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି।

ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି କୋର୍ଟ କାର୍ଯ୍ୟକୁ କିଛି ସମୟ ପାଇଁ ବାଧିତ କରାଯାଇଛି। ଓକିଲ, ମହକିଲ ଏବଂ କର୍ମଚାରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସନ୍ଧାନୀ କୁକୁର ଏବଂ ବୋମା ବିଶେଷଜ୍ଞଙ୍କ ଦ୍ୱାରା ପୁରା ପରିସରକୁ ତନତନ କରି ଯାଞ୍ଚ କରାଯାଉଛି। ଏହି ଧମକପୂର୍ଣ୍ଣ ଇମେଲ୍ କେଉଁଠାରୁ ଏବଂ କିଏ ପଠାଇଛି, ସେ ନେଇ ସାଇବର ପୋଲିସ ଖୋଳତାଡ଼ ଆରମ୍ଭ କରିଛି।

hiranchal ad1
Leave A Reply

Your email address will not be published.

one + 11 =