ଆସାମରୁ ଆସୁଛି କନ୍ଧମାଳକୁ ହଳଦୀ ଜିଲ୍ଲା ଚାଷୀ ହନ୍ତସନ୍ତ

0 145

ଫୁଲବାଣୀ : କନ୍ଧମାଳର ହଳଦୀ ସମଗ୍ର ଦେଶରେ ଏବଂ ବିଦେଶରେ ପ୍ରସିଦ୍ଧି ଲାଭ କରିଛି । ସେଥିପାଇଁ କନ୍ଧମାଳର ହଳଦୀ ମାନରେ କିଛି ଜିଲାରେ ଲୋକେ ଭେଜାଲ ହଳଦୀ ତିଆରି କରି ବିକ୍ରି କରି ପ୍ରଚୁର ରୋଜଗାର କରୁଥିବାର ମଧ୍ୟ ନଜିର ରହିଛି । ଆଜି ମଧ୍ୟ ଜିଲା,ରାଜ୍ୟଏବଂ ଦେଶ ବାହାରୁ ଲୋକେ କୌଣସି କାମରେ କିମ୍ବା ବୁଲିବାକୁ କନ୍ଧମାଳ ଜିଲାକୁ ଆସିଲେ ସେମାନଙ୍କର ପ୍ରଥମ ଲକ୍ଷ୍ୟ ଥାଏ କନ୍ଧମାଳ ହଳଦୀ ସାଙ୍ଗରେ ନେଇ ଯିବାପାଇଁ । ସେଥିପାଇଁ କନ୍ଧମାଳ ଜିଲାରେ ହଳଦୀ ଚାଷୀ ମାନଙ୍କୁ ପ୍ରୋତ୍ସାହନ ଓ ସହାୟତା ଦେଉଥିବା କସମ ଅନୁଷ୍ଠାନ ନିକଟରେ ହଳଦୀ ପାଇଁ ଆନ୍ତର୍ଜାତୀୟ ଜିଆଇ ଟ୍ୟାଗ୍ ପାଇଛି । ହେଲେ କନ୍ଧମାଳ ଜିଲାରେ ବିଶ୍ୱ ପ୍ରସିଦ୍ଧ ହଳଦୀ ଉତ୍ପାଦନ ହେଉଥିବାବେଳେ ସୁଦୂର ଆସାମରୁ ହଳଦୀ କନ୍ଧମାଳକୁ ଆସୁଥିବା ଆଜି ଗୋଟିଏ ହଳଦୀ ବୋଝେଇ ଟ୍ରକ କନ୍ଧମାଳ ଜିଲାରେ ପହଂଚିବାପରେ ଅଂଚଳର ଚାଷୀଙ୍କ ଭିତରେ ଆଲୋଡନ ସୃଷ୍ଟି ହୋଇଛି । ଆନ୍ଧ୍ରପ୍ରଦେଶର ଏପି ୩୯ -୫୩୬୯ ନମ୍ବର ଥିବା ଏକ ଟ୍ରକରେ ଆଜି କନ୍ଧମାଳ ଜିଲାର ରାଇକିଆ ଅଂଚଳରେ ଥିବା ଜଣେ ବ୍ୟବସାୟୀଙ୍କ ନିକଟକୁ ଏହି ହଳଦୀ ଶନିବାର ଦିନ ପହଂଚିଛି । ଅନ୍ୟ ପକ୍ଷରେ ଜିଲ୍ଲାର ହଳଦୀ ଚାଷୀମାନେ ସେମାନଙ୍କର କ୍ୱିଣ୍ଟାଲ କ୍ୱିଣ୍ଟାଲ ହଳଦୀ ବିକ୍ରି କରିନପାରି ସେମାନଙ୍କ ଘରେ ପକାଇ ରଖିଛନ୍ତି ସରକାର କିମ୍ବା ବ୍ୟବସାୟୀମାନଙ୍କ ଦ୍ୱାରା ସେ ଗୁଡ଼ିକ କିଣାଯିବା ଆଶାରେ ।

hiranchal ad1
Leave A Reply

Your email address will not be published.

fourteen − 11 =