କ.ନୂଆଗାଁ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁର ପୁର।।ତନ ଶୈବପୀଠ ଶ୍ରୀ ଶ୍ରୀ ରାମେଶ୍ୱର ମନ୍ଦିର ପରିବେଶ ଚଳିତ ବର୍ଷ ଶ୍ରାବଣ ମାସରେ ଭକ୍ତଶୁନ୍ୟ ହୋଇଥିବାର ଦେଖିବାକୁ ମିଳିଥିଲା । କରୋନା ମୁକାବିଲା ପାଇଁ ପ୍ରଶାସନ ତରଫରୁ ସମସ୍ତ ମଠ,ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ମାନଙ୍କରେ ଭକ୍ତ ମାନଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛନ୍ତି । ଏହି ଶୈବପିଠରେ ଶ୍ରାବଣ ସୋମବାରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇ ବୋଲବମ ହରହର ବମ ଧ୍ୱନୀରେ ମନ୍ଦିର ପରିବେଶ ପ୍ରକମ୍ପିତ ହେଉଥିଲା କିନ୍ତୁ ଚଳିତ ବର୍ଷ କୌଣସି ଭକ୍ତଙ୍କୁ ଦେଖିବାକୁ ମିଳୁନାହିଁ । କରୋନା ବୋଲବମ ଭକ୍ତଙ୍କ ଭକ୍ତିଭାବକୁ କୁଠାରଘାତ କରିଛି ବୋଲି ଭକ୍ତ ମାନେ ପ୍ରତିକ୍ରୟାରେ ପ୍ରକାଶ କରିଛନ୍ତି । ରାମେଶ୍ୱର ପୀଠର ମୁଖ୍ୟ ପୂଜକ ମନ୍ଦିର ନୀତିକାନ୍ତି ଠିକ୍ ରୂପେ କରାଯାଉଛି ବୋଲି ପ୍ରକାଶ କରିବା ସହ ଜୀବନ ଜୀବିକା ଉପରେ କରୋନା ପ୍ରଭାବ ପକାଇଛି ବୋଲି କହିଛନ୍ତି । ପୂଜାର୍ଚ୍ଚନା ବନ୍ଦ ହେବାରୁ ଧୂପ,ଦୀପ,ନଡିଆ ତଥା ପୂଜାସାମଗ୍ରୀ ବିକ୍ରୟ କରି ପରିବାର ପ୍ରତିପୋଷଣ କରୁଥିବା କ୍ଷୁଦ୍ର ବ୍ୟବସାୟୀ ମାନେ ମଧ୍ୟ ଜୀବିକା ହରାଇ ଚିନ୍ତିତ ଅବସ୍ଥାରେ ଅଛନ୍ତି ।