୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି

0 54

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି ଚୂଡ଼ାନ୍ତ ତାଲିକାରେ ସମ୍ପୃକ୍ତ ଶିକ୍ଷକଙ୍କ ନାମ ଉଲ୍ଲେଖ କରାଯାଇଛି। ଏ ସଂକ୍ରାନ୍ତରେ ସୂଚନା ଦେଇ ଶିକ୍ଷା ନିର୍ଦ୍ଦେଶକ ବୀରେନ୍ଦ୍ର କୋରକୋରା ପ୍ରକାଶ କରିଛନ୍ତି, ୧୯୯୩ ମସିହା ନିଯୁକ୍ତି ନିୟମ ଅନୁଯାୟୀ ଜୁନିଅର ଏସ୍‌ଇଏସ୍‌ମାନଙ୍କୁ ପଦୋନ୍ନତି ଦିଆଯାଇଛି।
୩୦ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କଠାରୁ ପଦୋନ୍ନତିପ୍ରାପ୍ତ ଶିକ୍ଷକଙ୍କ ଚରିତ୍ର ପଞ୍ଜିକା ପ୍ରମାଣପତ୍ର (ସିସିଆର୍‌) ଏବଂ ସମ୍ପତ୍ତି ତାଲିକା ଆସିବା ପରେ ଏମାନଙ୍କୁ ଖାଲିଥିବା ପ୍ରଧାନଶିକ୍ଷକ ପଦବୀରେ ନିଯୁକ୍ତ କରାଯିବ। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବଚ୍ଛ ରହିବ। କନିଷ୍ଠ ଶିକ୍ଷକଙ୍କ ପଦୋନ୍ନତି ନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ବାରମ୍ବାର ଯାଞ୍ଚ ପରେ ନିର୍ଦ୍ଦେଶାଳୟ ପକ୍ଷରୁ ତାଲିକା ଜାରି କରାଯାଇଛି।

hiring

ଆଗାମୀ ଦିନରେ ରାଜ୍ୟରେ ଖାଲିଥିବା ଶତାଧିକ ପ୍ରଧାନଶିକ୍ଷକ ପଦ ପୂରଣ କରାଯିବ ବୋଲି ସେ କହିଛନ୍ତି।

hiranchal ad1
Leave A Reply

Your email address will not be published.

fourteen + seventeen =