ଗିଜର ଅନ୍ କରି ଶୋଇଥିଲେ, ପୁଅ ସହ ଚାଲିଗଲା ଦମ୍ପତିଙ୍କ ଜୀବନ

0 60

ସୁରଟ : ରାତିରେ ଗିଜର ଅନ୍ କରି ଶୋଇ ପଡ଼ିଥିଲା ପରିବାର। ସକାଳୁ ଉଠିଲେନି କେହି। ଅବେଳରେ ଚାଲିଗଲା ୩ ଜୀବନ। ଗୁଜରାଟର ସୁରଟ ସହରରୁ ଆସିଛି ଏଭଳି ଛାତିଥରା ଘଟଣା। ଗିଜରରୁ ଗ୍ୟାସ୍‌ ଲିକ୍‌ ଯୋଗୁ ସ୍ୱାମୀ-ସ୍ତ୍ରୀ ଏବଂ ପୁଅଙ୍କ ମୃତ୍ୟୁ ଘଟିଛି। ସୋମବାର-ମଙ୍ଗଳବାର ରାତିରେ ଏହି ଦୁଃଖଦ ଘଟଣା ଘଟିଛି। ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରୁ ଗିଜରରୁ ବାହାରିଥିବା କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡି଼ଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ଲାଗି ଶବର ରକ୍ତ ଏବଂ ଭିସେରା ନମୂନାକୁ ଫରେନସିକ୍‌ ସାଇନ୍ସ ଲାବରେଟୋରୀ ପଠାଯାଇଛି । 

hiring

ସୂଚନା ଅନୁସାରେ, ୪୦ ବର୍ଷୀୟ ସୈୟଦ୍‌ ଫୈଜ୍‌ ୟୁସୁଫ୍‌ ଅହମ୍ମଦ, ତାଙ୍କ ପତ୍ନୀ ମୁବିନା ସୈୟଦ(୩୬), ପୁଅ ନୋମାନ୍‌ (୧୨)ଘରେ ଶୋଇଥିଲେ। ସକାଳୁ ସୈୟଦ୍‌ଙ୍କ ଭାଇ ଉସ୍‌ମାନ ସେଠାରେ ପହଞ୍ଚିବାବେଳକୁ କବାଟ ଭିତରୁ ବନ୍ଦଥିଲା । ଅନେକ ସମୟ ଯାଏ କେହି କବାଟ ନ ଖୋଲିବାରୁ ଉସ୍‌ମାନ ତାକୁ ବାଧ୍ୟ ହୋଇ ଭାଙ୍ଗିଥିଲେ । ତେବେ ଘର ଭିତରେ ୩ ଜଣଙ୍କର ଶବ ପଡି଼ଥିବା ଦେଖି ସେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ । ଏହି ସମୟରେ ସମସ୍ତଙ୍କ ମୁହଁରୁ ଫେଣ ବାହାରୁଥିବା ଦେଖି ପ୍ରଥମେ ସେମାନେ ବିଷ ଖାଇଥିବା ଆଶଙ୍କା କରାଯାଇଥିଲା । କିନ୍ତୁ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରୁ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ ଶରୀରକୁ ଯିବାରୁ ଶ୍ୱାସରୁଦ୍ଧ ହୋଇ ସେମାନଙ୍କର ନିଦ୍ରିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

hiranchal ad1
Leave A Reply

Your email address will not be published.

1 + sixteen =