ମହାନଗର ନିଗମରେ ୫ଟି ଅଞ୍ଚଳକୁ ପ୍ରବେଶ ନିଷିଦ୍ଧ କଲା ଜିଲ୍ଲା ପ୍ରଶାସନ

0 269

ସମ୍ବଲପୁର : ଗତ ଦୁଇଦିନ ଧରି କରୋନା ସଂକ୍ରମଣ ମାମଲାରେ ଅହେତୁକ ବୃଦ୍ଧିକୁ ଆଖି ଆଗରେ ରଖି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି କଟକଣା ଜାରି କରାଯାଇଛି । ଏଥିପାଇଁ ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଗତକାଲି ଜାରି ଏକ ନୋଟିସ ଅନୁସାରେ ନଗର ଭିତରେ ପାଞ୍ଚୋଟି ଅଞ୍ଚଳକୁ ଜନସାଧାରଣଙ୍କ ପାଇଁ ନିଷିଦ୍ଧ କରାଯାଇଛି । ଏଗୁଡିକ ହେଲା, ବୃନ୍ଦାବନ ବିହାର, ଦେହେରୀପାଲି, ଜଗନ୍ନାଥ କଲୋନୀ, କମଳୀବଜାର ଓ ଶଙ୍କର ମଠ । ଏଗୁଡ଼ିକର ଆଖପାଖ ଶହେ ମିଟର ପର୍ଯ୍ୟନ୍ତ ଅକାରଣେ କାହାରିକୁ ପ୍ରବେଶ କରାଇ ନଦେବାକୁ କୁହାଯାଇଛି ଓ ଏହାର ବିରୁଦ୍ଧାଚରଣ କଲେ ଦଣ୍ଡବିଧାନର ସମ୍ମୁଖୀନ ହେବାକୁ ପଡିବ ବୋଲି ସାବଧାନ କରାଯାଇଛି । ପ୍ରଶାସନ ପକ୍ଷରୁ ଆଜି ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ୩ଜଣଙ୍କୁ କରୋନା ପଜିଟିଭ ଚିହ୍ନଟ କରା ଯାଇଛି । ସେମାନଙ୍କ ମଧ୍ୟରୁ ରେଢ଼ାଖୋଲରେ ଜଣେ ୯ବର୍ଷୀୟ ବାଳକ ରହିଛି, ଯାହାକି ଚିନ୍ତାର ବିଷୟ । ସେହିପରି ନାକଟିଦେଉଳ ବ୍ଲକରୁ ଜଣେ ୪୧ ବର୍ଷୀୟ ପୁରୁଷ ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଜଣେ ୨୫ ବର୍ଷୀୟ ପୁରୁଷ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିକାର ମାମଲାକୁ ମିଶାଇ ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ ୧୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏମାନଙ୍କ ମଧ୍ୟରୁ ୧୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୭୬ ଜଣଙ୍କ ଚିକିତ୍ସା ଚାଲିଛି ।

hiranchal ad1
Leave A Reply

Your email address will not be published.

5 × three =