ରାଇକିଆ- କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକର କରଡ଼ା ଘାଟିଠାରେ ନିୟନ୍ତ୍ରଣ ହରାଇ ଏକ ଟ୍ରକ ୫୦ ଫୁଟ ତଳକୁ ଖସିଯାଇଛି। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଟ୍ରକଟି ବଲାଙ୍ଗୀରରୁ ମହୁଲ ନେଇ କରଡ଼ା ଅଭିମୁଖେ ଯାଉଥିଲା। ଖବର ପାଇ ରାଇକିଆ ଅଗ୍ନିଶମ ବିଭାଗ ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ରାଇକିଆ ମେଡିକାଲରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ସେହି ଘାଟି ରାସ୍ତାରେ ଗାର୍ଡ ୱାଲ ନ ଥିବାରୁ ଅନେକ ସମୟରେ ଏହି ସ୍ଥାନରେ ଦୁର୍ଘଟଣାମାନ ଘଟୁଥିବା ସାଧାରଣରେ ମତ ପ୍ରକାଶ ପାଇଛି।
