ଭୁବନେଶ୍ବର: କାମଚଳା କୁଳପତିରେ ଚାଲିଛି ୧୪ଟି ସରକାରୀ ବିଶ୍ୱବିଦ୍ୟାଳୟ । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।
ଏହି ପଦବୀ ପୂରଣ ନିମନ୍ତେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ-୨୦୨୪ ଧାରା ୬ ଅନୁଯାୟୀ ୧୩ ଗୋଟି ସରକାରୀ ବିଶ୍ବବିଦ୍ୟାଳୟର କୁଳପତି ଚୟନ ନିମନ୍ତେ କୁଳାଧିପତିଙ୍କ ଦ୍ବାରା ଚୟନ କମିଟି ଗଠନ କରାଯାଇଛି । ଏଥିସହ ବିଜ୍ଞାପନ ମାଧ୍ୟମରେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଗୁଡିକର କୁଳପତି ଚୟନ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇ ଚୟନ କମିଟି ଦ୍ବାରା ଏହି ଦରଖାସ୍ତ ଗୁଡିକର ତର୍ଜମା ଶେଷ ହେବା ସହିତ ସମ୍ପୃକ୍ତ ଚୟନ କମିଟି, କୁଳପତି ଚୟନ ନିମନ୍ତେ ତିନୋଟି ନାଁ ସୁପାରିଶ ହୋଇଛି । ପ୍ରତି ବିଶ୍ବବିଦ୍ୟାଳୟ ନିମନ୍ତେ ଚୟନ କମିଟି ଦ୍ବାରା ଚୟନ କରାଯାଇଥିବା ୩ ଜଣଙ୍କ ନାମ ସମ୍ପୃକ୍ତ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା କିମ୍ବା ପ୍ରତିଷ୍ଠାନରୁ ସ୍ପଷ୍ଟୀକରଣ ଗ୍ରହଣ କରିସାରିବା ପରେ ରାଜ୍ୟ ସରକାର ଏହାକୁ କୁଳପତି ନିଯୁକ୍ତି ପାଇଁ କୁଳାଧିପତିଙ୍କ ନିକଟକୁ ପଠାଯିବ । ତନ୍ମଧ୍ୟରୁ କୁଳାଧିପତି ଜଣଙ୍କୁ ଉକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଚୟନ କରିବେ ।
