ଗତବର୍ଷ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଛି ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା

0 84

ଭୁବନେଶ୍ୱର: ଗତବର୍ଷ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା ସଂଗ୍ରହ ହୋଇଥିଲା। ଏନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପଥ୍ବୀରଜ ହରିଚନ୍ଦନଙ୍କ ଲିଖିତ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଭକ୍ତମାନେ ୩ କେଜି ୪୪୧ ଗ୍ରାମ ମିଶ୍ରିତ ସୁନା ଦାନ କରିଛନ୍ତି। ୩୩ କେଜି ୬୪୮ ଗ୍ରାମ ମିଶ୍ରିତ ରୁପା ଅଳଙ୍କାର ଦାନ କରିଛନ୍ତି। -୧୯୮୧ରୁ ୨୦୨୪-୨୫ ସୁଦ୍ଧା ୫୮ କେଜି ୩୧୭ ଗ୍ରାମ ସୁନା ହୁଣ୍ଡିରୁ ସଂଗ୍ରହ ହୋଇଛି।

hiring

ଅନ୍ୟପକ୍ଷେ, ୧୫୮ କେଜି ୮୩୬ ଗ୍ରାମ ରୁପା ଦାନ ହୁଣ୍ଡିରୁ ସଂଗ୍ରହ ହୋଇ ଥିବା ଆଇନ ମନ୍ତ୍ରୀ କହିଛନ୍ତି। ୨୦୧୧ରୁ ୨୦୨୪-୨୫ ଭିତରେ ହୁଣ୍ଡି ଓ ଅନ୍ୟାନ୍ୟ ଦାନରୁ ୩୦୪ କୋଟି ୫୭ ଲକ୍ଷ ସଂଗ୍ରହ ହୋଇଛି।

hiranchal ad1
Leave A Reply

Your email address will not be published.

17 − 16 =