ସ୍କୁଲ ସମସ୍ୟାକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ଅଭିଭାବକ

0 82

ସମ୍ବଲପୁର – ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ବସନ୍ତପୁର ପଞ୍ଚାୟତ ରୂପାପାଲିରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୭୨ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହି ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛି । ଏଠାରେ ସମୁଦାୟ ୮୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି। ୮ ଟି ଶ୍ରେଣୀ ପାଇଁ ଏଠାରେ ମାତ୍ର ୪ ଟି କକ୍ଷ ଅଛି। କକ୍ଷ ଗୁଡିକର ଛାତ ଓ କାନ୍ଥ ରେ ଫାଟ ସୃଷ୍ଟି ହେବା ସହ ସିମେଣ୍ଟ ଖସୁଛି ଓ ପାଣି ଝରୁଛି । ସବୁ ବେଳେ ଓଦା ରହୁଥିବାରୁ କାନ୍ଥ ଛୁଇଁଲେ ବିଦ୍ୟୁତ୍ ଚାର୍ଜ ହୋଇଯାଉଛି। ଛାତ୍ର ଛାତ୍ରୀ ମାନେ ଏ ଭଳି ବିପର୍ଯ୍ୟସ୍ତ ଅବସ୍ଥାରେ ଜୀବନକୁ ବାଜି ଲଗାଇ ପାଠ ପଢ଼ିବାକୁ ଯାଉଛନ୍ତି । ତେଣୁ ଅଭିଭାବକ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଗତକାଲି ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କୁ ତୁରନ୍ତ ସ୍କୁଲ ମରାମତି ପାଇଁ ଲିଖିତ ଦାବି କରିଥିଲେ।

hiranchal ad1
Leave A Reply

Your email address will not be published.

10 + 1 =