ବିବାହ ବନ୍ଧନରେ ବାନ୍ଧିହେଲେ ରଶ୍ମିକା-ବିଜୟ, ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ

0 74

ନୂଆଦିଲ୍ଲୀ ; ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏପର୍ଯ୍ୟନ୍ତ ପ୍ରଶଂସକମାନେ କେବଳ ରିଲ୍ ଲାଇଫରେ ସେମାନଙ୍କୁ ଏକାଠି ଦେଖି ଖୁସି ଥିଲେ, କିନ୍ତୁ ଶେଷରେ, ଏହି ପ୍ରଶଂସକ-ପ୍ରିୟ ଯୋଡି ଏବେ ରିଅଲ ଲାଇଫରେ ଏକାଠି ହୋଇଛନ୍ତି। ସେମାନେ ଉଦୟପୁରରେ ସକାଳ ୧୦;୧୦ରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି। ଏହି ବିଶେଷ ଅବସରରେ କେବଳ କିଛି ନିକଟତମ ବନ୍ଧୁ ଏବଂ ସମ୍ପର୍କୀୟ ଉପସ୍ଥିତ ଥିଲେ। ଉଭୟେ ଏହି ଖାସ୍ ଦିନରେ ସମ୍ପୂର୍ଣ୍ଣ ସୁନ୍ଦର ଦେଖାଯାଉଥିଲେ। ବିଜୟ ରଶ୍ମିକାଙ୍କ ଆଙ୍ଗୁଠିରେ ଏକ ମୁଦି ମଧ୍ୟ ପିନ୍ଧାଇଥିଲେ। ଏହା ସହ ସେମାନେ କୋଡାଭା ପରମ୍ପରା ଅନୁଯାୟୀ ସନ୍ଧ୍ୟା ୪.୩୦ ରେ ପୁଣି ବିବାହ କରିବେ ଏବଂ ଏଥିପାଇଁ ପ୍ରସ୍ତୁତି ଚାଲିଛି। ରଶ୍ମିକା ଏବଂ ବିଜୟଙ୍କ ବିବାହରେ ଯୋଗ ଦେଇପାରି ନଥିବା ଅନେକ ତାରକା ସେମାନଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଉଛନ୍ତି।

hiring

ବିଜୟ ଏବଂ ରଶ୍ମିକା ଦୁଇଟି ଫିଲ୍ମରେ ଏକାଠି କାମ କରିଛନ୍ତି। ସେମାନେ ପ୍ରଥମେ “ଗୀତା ଗୋବିନ୍ଦମ” ରେ ଏକାଠି ନଜର ଆସିଥିଲେ। ଯାହା ବକ୍ସ ଅଫିସରେ ସଫଳତା ହାସଲ କରିଥିଲା। ଏହା ମଧ୍ୟ କୁହାଯାଏ ଯେ ଏହି ଫିଲ୍ମର ସୁଟିଂ ସମୟରେ ସେମାନେ ପ୍ରେମରେ ପଡ଼ିଥିଲେ। ପରେ ସେମାନେ “ଡିୟର କମ୍ରେଡ୍” ଫିଲ୍ମରେ ଏକାଠି ଦେଖା ଦେଖିବାକୁ ମିଳିଥିଲେ। ସେମାନେ ସେମାନଙ୍କର ସମ୍ପର୍କକୁ ସିକ୍ରେଟ୍ ରଖିଥିଲେ, କିନ୍ତୁ ବିବାହ ପୂର୍ବରୁ ଏହି ଖବର ପ୍ରକାଶ ପାଇବା ପରେ ସେମାନେ ନିଜେ ଏହାକୁ ନିଶ୍ଚିତ କରିଥିଲେ।

hiranchal ad1
Leave A Reply

Your email address will not be published.

two + 18 =