୩ ଦିନ ପରେ ବଢ଼ିବ ଖରା

0 69

ଭୁବନେଶ୍ୱର: ଖରା ବଢ଼ିବ । ଆସନ୍ତା ୩ ଦିନ ପରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ । ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇପାରେ ଦିନର ସର୍ବୋଚ୍ଚ ତାପମାତ୍ରା। ହେଲେ ରାତି ତାପମାତ୍ରା କମିବ । ଆସନ୍ତା ଦୁଇଦିନ ଭିତରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମିପାରେ । ଏଭଳି ପୂର୍ବାନୁମାନ ଦେଖାଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ରାଜ୍ୟରେ ମଙ୍ଗଳବାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ଅଦିନିଆ ବର୍ଷା ହୋଇଥିଲା । ବୁଧବାର କାଁ ଭାଁ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇଛି ।

hiring

ପାଣିପାଗ ପୂର୍ବାନୁମାନ ହେଲା, ବର୍ତ୍ତମାନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ବର୍ଷା ସମ୍ଭାବନା ଏବେ ନାହିଁ । ବୁଧବାର ରାଜ୍ୟରେ ଗରମ ପ୍ରକୋପ ସାମାନ୍ୟ ବଢ଼ିଥିଲା । ୧୧ଟି ସ୍ଥାନରେ ଦିନ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍ କିମ୍ବା ତା’ଠାରୁ ଅଧିକ ଥିଲା । ଝାରସୁଗୁଡ଼ାରେ ତାପମାତ୍ରା ୩୫.୮ ଡିଗ୍ରୀ, ସମ୍ବଲପୁର ୩୪.୨, ହୀରାକୁଦ ୩୪ ଡିଗ୍ରୀ ଥିଲା । ଭୁବନେଶ୍ୱର, ତାଳଚେର, ଟିଟିଲାଗଡ଼, ସୋନପୁର, ଭଦ୍ରକ, ଖୋର୍ଦ୍ଧା, ଜଗତସିଂହପୁର, ରାଉରକେଲାରେ ପାରଦ ୩୩ ଡିଗ୍ରୀ କିମ୍ବା ତା’ଠାରୁ ଉପରେ ଥିଲା । ଦିନରେ କ୍ରମଶଃ ଗରମ ଅନୁଭୂତ ହେଉଥିବାବେଳେ ରାତିରେ ଏବେ ବି ସାମାନ୍ୟ ଥଣ୍ଡା ଅନୁଭୂତ ହେଉଛି ।

hiranchal ad1
Leave A Reply

Your email address will not be published.

one × 3 =