ଜିଲ୍ଲାସ୍ତରୀୟ ୭ ଦିନିଆ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ

0 85

ବୌଦ୍ଧ:- ବୌଦ୍ଧ କଚେରୀ ପଡିଆ ଠାରେ ଜିଲ୍ଲାସ୍ତରୀୟ ୭ ଦିନିଆ ସୁଭଦ୍ରା ଶକ୍ତି ମେଳା ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଯୋଗ ଦେଇ ଏହି ମେଳାର ଶୁଭ ଉଦଘାଟନ କରିଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଅବକାରୀ ଅଧୀକ୍ଷକ ଶାନ୍ତି ମାରାଣ୍ଡି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରିକା ଦତ୍ତ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ, ମିଶନଶକ୍ତି ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

hiring

ଜ଼ିଲ୍ଲା ପ୍ରଶିକ୍ଷଣ ଅଧିକାରୀ, ବୌଦ୍ଧ ଡ଼.ସଂଘମିତ୍ରା ପରମାଣିକ ଉଦଘାଟନୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ବୀରନରସିଂହପୁର ନବ କିଶୋର ଦୀପ ଏବଂ ଶୁଭଲକ୍ଷ୍ମୀ ମୁଦୁଲି ପରିଚାଳନା କରିଥିଲେ । ବୌଦ୍ଧର ସଂଗୀତାୟନ ଅନୁଷ୍ଠାନର କଳାକାର ମାନେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ । ପରେ ପରେ ସିଂଘମ ଡ୍ୟାନ୍ସ ଷ୍ଟୁୁଡିଓ , କଟକ, କୋଶଲ ଫୋକ ଏକାଡେମୀ, ବଲାଙ୍ଗୀର, ପଦ୍ମିନୀ ଦୋରା ମେଲୋଡି ଟିମ, ବରଗଡ଼ର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅତିଥି ମାନେ ମେଳାରେ ପଡିଥିବା ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ ବୁଲି ଦେଖିଥିଲେ । ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ତହସିଲଦାର, ବୌଦ୍ଧ ତଥା ନୋଡାଲ ଅଫିସର ଅନିତା କୁମାରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

2 + seven =