ଚୋରା କାଠ ରଖି ଅଡୁଆରେ ଅର୍ଜୁନ ପୁରସ୍କାର ବିଜେତା

0 54

କୋଲ୍କାତା : ଅର୍ଜୁନ ପୁରସ୍କାର ବିଜେତା ତଥା ଗତ ୨୦୧୮ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣପଦକ ଜିତିଥିବା ଭାରତର ପ୍ରମୁଖ ହେପ୍ଟାଥଲନ୍ ପ୍ରତିଯୋଗୀ ସ୍ୱପ୍ନା ବର୍ମନ୍ଙ୍କ ବାସଭବନ ଉପରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିବା ଜଣାପଡ଼ିଛି । ପଶ୍ଚିମବଙ୍ଗର ଜଲପାଇଗୁଡ଼ିକସ୍ଥିତ ସ୍ୱପ୍ନାଙ୍କ ବାସଭବନରେ ଗତ ଶନିବାର ଚୋରା କାଠ ରଖାଯାଇଥିବା ସନ୍ଦେହରେ ଏପରି ଚଢଉ କରାଯାଇଥିଲା । ତେବେ ଏହି ମାମଲାରେ ସ୍ୱପ୍ନାଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଲିନ୍ଚିଟ୍ ଦେବା ସହ ଚଢ଼ଉର ନେତୃତ୍ୱ ନେଇଥିବା ବୈକୁଣ୍ଠପୁର ଫରେଷ୍ଟ୍ ରେଞ୍ଜ୍ର ବେଲାକୋବା ରେଞ୍ଜ୍ ଅଫିସର୍ ସଞ୍ଜୟ ଦତ୍ତାଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସ୍ଥାନୀୟ ଜନସାଧାରଣ ଏପରି ନିର୍ଦ୍ଦେଶନାମାକୁ ବିରୋଧ କରିବା ସହ ଏହା ପ୍ରତିବାଦରେ ଆନ୍ଦୋଳନ କରିଛନ୍ତି ଏବଂ ତୁରନ୍ତ ବଦଳି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେବା ସକାଶେ ଦାବି କରିଛନ୍ତି । ଗତ ଜୁଲାଇ ୧୩ ତାରିଖରେ ଦତ୍ତା ଓ ତାଙ୍କ ଟିମ୍ ସ୍ୱପ୍ନାଙ୍କ ପାଟକାଟା ଅଞ୍ଚଳସ୍ଥିତ ବାସଭବନରେ ଚଢ଼ାଉ କରିଥିଲେ ଓ ସେଠାରୁ କେତେକ କାଠ ମଧ୍ୟ ଜବତ କରିଥିଲେ । ଏହି କାଠ କିଣିବା ନେଇ ସ୍ୱପ୍ନା କୌଣସି ରସିଦ୍ ମଧ୍ୟ ଦେଖାଇପାରି ନ ଥିଲେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଥିଲା । ଗତ ଗୁରୁବାର ମମତା ଏପରି ଚଢ଼ଉ ପାଇଁ ବନ ବିଭାଗକୁ ସମାଲୋଚନା କରିଥିଲେ । ଏନେଇ ମମତା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ବିନାନୁମତିରେ ଏପରି ଚଢ଼ଉ କରାଯାଇଛି । ସ୍ୱପ୍ନା ଜଣେ ଚମକ୍ରାର ଆଥଲେଟ୍ । ସେ ଜବତ ହୋଇଥିବା କାଠ ନିଶ୍ଚିତ ଭାବେ କିଣିଥିବେ । ତାଙ୍କ ପ୍ରତି ଆମର ସମ୍ମାନ ରହିଛି । ଚଢ଼ଉ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ, ଆମେ ନିଶ୍ଚିତ ଭାବେ ଏପରି ଚଢ଼ଉ ପାଇଁ ଅନୁମତି ଦେଇ ନ ଥାନ୍ତୁ ବୋଲି ମମତା କହିଛନ୍ତି ।

hiranchal ad1
Leave A Reply

Your email address will not be published.

twelve + thirteen =