ଉପାନ୍ତରେ କେରଳ ମଡେଲରେ ପାଠପଢ଼ା, ଆବଶ୍ୟକ ଅନୁଯାୟୀ ନାହାନ୍ତି ଶିକ୍ଷକ, ଶିକ୍ଷୟତ୍ରୀ

0 54

ବାଲିଗୁଡ଼ା: ସୁନ୍ଦର ପରିବେଶ ବିଦ୍ୟାଳୟ ପରିସର । ଉପାନ୍ତ ଅଞ୍ଚଳରେ ସ୍ମାର୍ଟ କ୍ଲାସ୍ ରୁମ୍ ରେ କେରଳ ମୋଡେଲ୍ ରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ଆବଶ୍ୟକ ଅନୁଯାୟୀ ଶିକ୍ଷକ,ଶିକ୍ଷୟତ୍ରୀ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ।
ଏ କେଉଁ ସହରାଞ୍ଚଳର ଦୃଶ୍ୟ ନେହେଁ । ଏ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଉପାନ୍ତ ସୁଡ୍ରା ପଞ୍ଚାୟତର ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟର ଦୃଶ୍ୟ । ବିଦ୍ୟାଳୟଟି ପାହାଡ଼ ପାଦଦେଶରେ ରହିଥିଲେ ମଧ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୀର୍ଥବାସୀ ଘଡ଼ାଇଙ୍କ ନିଜସ୍ବ ଉଦ୍ୟମରେ ବିଦ୍ୟାଳୟ ପରିବେସକୁ ଅତି ସୁନ୍ଦର ଭାବେ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି । ସେପଟେ ବିଦ୍ୟାଳୟର ଶୈକ୍ଷିକ ବାତାବରଣ ମଧ୍ୟ ଉଚ୍ଚକୋଟୀର । ଅନ୍ୟପଟେ କେରଳ ମୋଡେଲରେ ପାଠ ପଢ଼ାଯାଉଥିବା ଏହି ବିଦ୍ୟାଳୟ ଜିଲ୍ଲାର ପ୍ରଥମ ପ୍ରଥମ ବିଦ୍ୟାଳୟ ଅଟେ। ଫଳରେ ସମସ୍ତ ଛାତ୍ରଛାତ୍ରୀ U. ସେଫ୍ ରେ ବସି ବେସ୍ ଖୁସିରେ ପାଠ ପଢିପାରୁଛନ୍ତି ।


ଏହି ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ସମୁଦାୟ ୧୭୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଛାତ୍ରୀ ନିବାସରେ ରହୁଛନ୍ତି ୧୪୦ ଜଣ ଛାତ୍ରଛାତ୍ରୀ । ମାତ୍ର ଦୁଇ ଜଣ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଦ୍ବାରା ବିଦ୍ୟାଳୟରେ ଚାଲିଛି ପାଠପଢ଼ା । ତଥାପି ପ୍ରଧାନ ଶିକ୍ଷକଙ୍କ ଶୈକ୍ଷିକ ପଦ୍ଧତି ଯୋଗୁଁ ପ୍ରତିବର୍ଷ ବିଦ୍ୟାଳୟର ଅନେକ ଛାତ୍ରୀ ବିଭିନ୍ନ ପରୀକ୍ଷା ଓ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ଅର୍ଜନ କରିଛନ୍ତି ।

hiring

କିନ୍ତୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଙ୍ଖ୍ୟା ଅନୁଯାୟୀ ଆବଶ୍ୟକ ଶିକ୍ଷକ, ଶିକ୍ଷୟତ୍ରୀ ନଥିବାରୁ ପାଠ ପଢ଼ିବାରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି । ଏଣୁ ଆବଶ୍ୟକ ଅନୁଯାୟୀ ଶିକ୍ଷକ,ଶିକ୍ଷୟତ୍ରୀ ନିଯୁକ୍ତି ଦେଲେ ଏହି ବିଦ୍ୟାଳୟ ଆହୁରି ଉନ୍ନତି କରିବ ବୋଲି କହିଛନ୍ତି ଅନ୍ତେବାସୀ ଓ ପ୍ରଧାନ ଶିକ୍ଷକ । ତେବେ ପ୍ରଶାସନର ଏହି ବିଦ୍ୟାଳୟ ପ୍ରତି କେବେ ଦୃଷ୍ଟି ପଡୁଛି ତାହାକୁ ଅପେକ୍ଷା ।

hiranchal ad1
Leave A Reply

Your email address will not be published.

17 − sixteen =