କଂଗ୍ରେସରୁ ବିଧାୟକ ରମେଶ, ଦାଶରଥୀ ଓ ସୋଫିଆ ନିଲମ୍ବିତ

0 49

ଭୁବନେଶ୍ବର: କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ। ନିଲମ୍ବିତ ୩ ବିଧାୟକ ହେଲେ ସାନଖେମୁଣ୍ଡିର ରମେଶ ଜେନା, ମୋହନାର ଦାଶରଥୀ ଗମାଙ୍ଗ ଓ କଟକ-ବାରବାଟୀର ସେଫିଆ ଫିର୍ଦୋସ। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ। ସେ ଆହୁରି କହିଛନ୍ତି, ସାନଖେମୁଣ୍ଡିର ରମେଶ ଜେନା, ମୋହନାର ଦାଶରଥୀ ଗମାଙ୍ଗ ଓ କଟକ-ବାରବାଟୀର ସୋଫିଆ ଫିର୍ଦୋସଙ୍କ ସଭ୍ୟ ପଦ ରଦ୍ଧ କରାଯିବା ନେଇ ବି ପଦକ୍ଷେପ ନିଆଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। ଖାଲି ସେତିକି ନୁହେଁ, ଉପରୋକ୍ତ ୩ ବିଧାୟକଙ୍କୁ ଦଳରୁ ବହିଷ୍କାର ଲାଗି ବି ଏଆଇସିସିକୁ ଅନୁରୋଧ କରାଯିବ।

hiranchal ad1
Leave A Reply

Your email address will not be published.

18 − seventeen =