ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ; 5 ଜଣଙ୍କ ମୃତ୍ୟୁ, 30ଗୁରୁତର

0 127

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ୫୭ ନମ୍ବର ଜାତୀୟ ରାଜପଥ ଟାକରା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା l ରାସ୍ତା କଡ଼ ଏକ ବଡ଼ ପଥର ସହ ଧକ୍କା ହୋଇଛି ତୀର୍ଥଯାତ୍ରୀ ବସ l ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ବାକି ୪୫ ଆହତ ଦଶପଲ୍ଲା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି ହୋଇଛନ୍ତି l ବିଳମ୍ବିତ ରାତି ୧୨.୧୫ ଟାରେ ଏହି ଦୁର୍ଘଟଣା ଘଟିଛି l ବ୍ରହ୍ମପୁର ଅଞ୍ଚଳରୁ ପ୍ରାୟ ୫୦ ଜଣଙ୍କୁ ନେଇ ହରିଶଙ୍କର ବୁଲିବାକୁ ଅନିଲ ନାମକ ଏକ ଘରୋଇ ବସ ବାହାରିଥିଲା l ତେବେ ରାତି ୧୨.୧୫ ଘଟିକା ସମୟରେ ଟାକରା ଘାଟି ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ରେ ଥିବା ଏକ ବଡ଼ ପଥରକୁ ଜୋରରେ ଧକ୍କା ଦେଇଥିଲା l ପରେ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲା ବେଳେ ଆହତଙ୍କୁ ମେଡିକାଲ ପଠାଇଛି l ଘଟଣାସ୍ଥଳରେ ୩ ଜଣ ମହିଳା ଓ ଡ୍ରାଇଭର ସମେତ ୨ ଜଣ ପୁରୁଷଙ୍କର ମୃତ୍ୟୁ ହୋଇଛି l ମୃତକମାନେ ହେଲେ ହରି ପାତ୍ର, ଲକ୍ଷ୍ମୀ ପାତ୍ର, ସୁପ୍ରଭା ସାହୁ, ସୁମତି ସାହୁ ଓ ଡ୍ରାଇଭର ପ୍ରବୀଣ ସାହୁ l ଦଶପଲ୍ଲା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଖବର ପାଇ ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ଓ ଦମକଳ ବାହିନୀ ସମସ୍ତଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥି

hiranchal ad1
Leave A Reply

Your email address will not be published.

nineteen + six =