ପୁଣି ବଢିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

0 66

ନୂଆଦିଲ୍ଲୀ /ଭୁବନେଶ୍ୱର : ପୁଣି ବଢିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ୨୦୨୭ ଜାନୁଆରୀ ୧୩ ଯାଏଁ ମହାନଦୀ ଟ୍ରିବ୍ୟୁନାଲ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଶନିବାର ଏହି ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଏପ୍ରିଲ ୧୩ରେ ଶେଷ ହେଉଥିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଜଳ ସମ୍ପଦ ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାନୁଯାୟୀ,ଚଳିତ ମାସ ୧୩ ତାରିଖରେ ଶେଷ ହେଉଥିଲା ମହାନଦୀ ଜଳ ବିବାଦ ନ୍ୟାୟାଧିକରଣର ସମୟସୀମା। ନ୍ୟାୟାଧିକରଣଙ୍କ ଅବଧି ବୃଦ୍ଧି ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ତରଫରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଗତ ମାର୍ଚ୍ଚ ୨୮ରେ ଅନୁଷ୍ଠିତ ନ୍ୟାୟାଧିକରଣ ଶୁଣାଣି ତଥ୍ୟାନୁଯାୟୀ ଜଳବିବାଦର ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଗଠିତ ‘ଜଏଣ୍ଟ ଟେକ୍ନିକାଲ କମିଟି’ ଆଲୋଚନା ‘ଅଗ୍ରଗତି ରିପୋର୍ଟ’ ଦାଖଲ କରିପାରିନାହିଁ। କେତେକ ପ୍ରସଙ୍ଗରେ ଟେକ୍ନିକାଲ କମିଟିର ଆପତ୍ତି ଯୋଗୁଁଁ ଏହି ରିପୋର୍ଟ ଦାଖଲ ହୋଇପାରିନଥିବା ନ୍ୟାୟାଧିକରଣଙ୍କୁ ଅବଗତ କରାଯାଇଛି। ଓଡ଼ିଶା ସରକାର ଜଳବିବାଦର ଆପୋସ ସମାଧାନ ନିମନ୍ତେ ନ୍ୟାୟାଧିକରଣରେ ‘ଷ୍ଟାଟସ ନୋଟ୍’ ଦାଖଲ କରିଛନ୍ତି। ତେବେ ବିବାଦର ସମାଧାନ ତଥା ଆଲୋଚନାର ଅଗ୍ରଗତି ନେଇ ନ୍ୟାୟାଧୀକରଣ ନିର୍ଦିଷ୍ଟ ଅଗ୍ରଗତି ଅନୁଭବ କରିପାରିନଥିବା ଜଣାପଡ଼ିଛି।

hiranchal ad1
Leave A Reply

Your email address will not be published.

four × four =