ଗୁଡାରି: ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ OD ୧୮K ୭୦୪୧)ରେ ଗୁଡାରିରୁ ନବରଙ୍ଗପୁରର ସେନାପତି ଷ୍ଟ୍ରିଟ୍ସ୍ଥିତ ତାଙ୍କ ବାସଭବନକୁ ଯାତ୍ରା କରିବା ସମୟରେ ତାଙ୍କ ନିକଟରୁ ଇନ୍ଦ୍ରାବତୀ ସେତୁ ନିକଟରେ ୨.୩୩ ଲକ୍ଷ ଟଙ୍କା ସନ୍ଦେହଜନକ ବେଆଇନନଗଦ ଟଙ୍କା ଜବତ କରାଯାଇଥିଲା॥ରେଞ୍ଜରଙ୍କ ଠାରୁ ଉଦ୍ଧାର ହୋଇଥିବା ନଗଦ ଟଙ୍କା ସମ୍ପର୍କରେସେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ସନ୍ତୋଷ ଜନକ ଉତ୍ତର ନ ମିଳବାରୁ ନଗଦ ୨.୩୩ ଲକ୍ଷ ଟଙ୍କା ସହ (OD ୧୮K ୭୦୪୧) ସରକାରୀ ଗାଡିଜବତ କରାଯାଇଛି। ଭିଜିଲାନ୍ସର ଏକ ୩ ଜଣିଆ ଟିମ୍ ଇନ୍ସପେକ୍ଟର ଆଲୋକ ମହାପାତ୍ରଙ୍କ ନେତୃତ୍ୱରେ ଗୁଡାରି କାର୍ଯ୍ୟାଳୟରେ ଯାଞ୍ଚ କରିଥିବା ବେଳେ ଗୁମୁଡା ସରକାରୀ ବାସ ଭବନରେ ଏବଂ ନବରଙ୍ଗପୁର ସେନାପତି ସାହିରେ ମଧ୍ୟ ଭିଜିଲାନ୍ସ ଟିମ ଯାଞ୍ଚ କରିଥିଲେ। ଏ ନେଇ କୋରାପୁଟ ଭିଜିଲାନ୍ସ କେସ ନମ୍ବର ୩/୧୨. ୦୪. ୨୦୨୬ ରୁଜୁ ହୋଇଛି। ଗିରଫ ରେଞ୍ଜରଙ୍କୁ କୋର୍ଟ ଚାଲାଣ କରାଯାଇଛି।
