ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ; ୧୦% ବଢିଲା ପୁରସ୍କାର ରାଶି

0 71

ନୂଆଦିଲ୍ଲୀ; ଆଗାମୀ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍କୁ ଆଉ ୨ମାସ ବାକି ରହିଥିଲା । ଆଜି ଆଇସିସି ପକ୍ଷରୁ ବିଶ୍ୱକପ୍ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି । ପୂର୍ବାପେକ୍ଷା ଏଥର ପୁରସ୍କାର ରାଶିକୁ ୧୦% ବୃଦ୍ଧି କରାଯାଇଛି । ଚଳିତ ବର୍ଷ ମୋଟ ୮୨ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଗତ ସଂସ୍କରଣରେ ୭୪କୋଟି ଟଙ୍କା ରହିଥିଲା । ଇଂଲଣ୍ଡ ଏବଂ ୱେଲ୍ସ ଏଥର ବିଶ୍ୱକପ୍ ଆୟୋଜନ କରିବ । ଆଗାମୀ ଜୁନ୍ ୧୨ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଜୁଲାଇ ୫ ତାରିଖରେ ଶେଷ ହେବ । ଏଥର ଦଳ ସଂଖ୍ୟା ୧୨କୁ ବୃଦ୍ଧି ହୋଇଛି ।
ଗତ ସଂସ୍କରଣରେ ୧୦ଟି ଦଳ ଭାଗ ନେଇଥିଲେ । ଦଳ ସଂଖ୍ୟା ବୃଦ୍ଧି କରାଯାଇଥିବାରୁ ପୁରସ୍କାର ରାଶିକୁ ମଧ୍ୟ ବଢ଼ାଯାଇଛି । ଚଳିତ ବର୍ଷ ଚାମ୍ପିଅନ୍ ଦଳକୁ ୨୧.୮କୋଟି ଏବଂ ରନର୍ସ ଅପ୍ ଦଳକୁ ୧୦କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିପରି ସେମି ଫାଇନାଲ୍ରେ ପରାଜିତ ଦଳଙ୍କୁ ୬.୨୯କୋଟି ଓ ଗ୍ରୁପ୍ ମ୍ୟାଚ୍ରେ ବିଜେତା ଦଳ ୨୯ଲକ୍ଷ ଟଙ୍କା ଲେଖାଏଁ ପାଇବେ । ୧୨ଟି ଯାକ ଦଳ ୨.୦୬କୋଟି ଲେଖାଏଁ ପାଇବା ଏକ ପ୍ରକାର ନିଶ୍ଚିତ । ଭାରତୀୟ ଦଳ ଗ୍ରୁପ୍-୧ରେ ସ୍ଥାନ ପାଇଛି । ଦଳ ଆସନ୍ତା ଜୁନ ୧୪ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଆଜି ବିଶ୍ୱକପ୍ର ଟ୍ରଫି ଟୁର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମେ ଆୟୋଜକ ଇଂଲଣ୍ଡରେ ଟ୍ରଫି ଭ୍ରମଣ କାର୍ଯ୍ୟକ୍ରମ ଶେଷ ହେବା ପରେ ଆୟର୍ଲାଣ୍ଡ, ସ୍କଟଲାଣ୍ଡ ଏବଂ ନେଦରଲାଣ୍ଡ୍ସକୁ ଟ୍ରଫି ଯାତ୍ରା କରିବ ବୋଲି ଆଇସିସି ସିଇଓ ସଂଯୋଗ ଗୁପ୍ତା ପ୍ରକାଶ କରିଛନ୍ତି ।
ସମସ୍ତ ୧୨ଟି ଦଳ ଅତି କମରେ ପ୍ରାୟ ୨.୦୬ କୋଟିର ଏକ ନିଶ୍ଚିତ ପୁରସ୍କାର ପାଇବେ । ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୧୨ ତାରିଖରେ ବର୍ମିଂହାମର ଏଜବାଷ୍ଟନରେ ଆୟୋଜକ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ମ୍ୟାଚ୍ ସହିତ ଆରମ୍ଭ ହେବ । ମହିଳା କ୍ରିକେଟ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପକୁ ୧୨ ଦଳକୁ ବିସ୍ତାର କରିବା ଏବଂ ରେକର୍ଡ ପୁରସ୍କାର ରାଶି ପ୍ରଦାନ କରିବା ଦର୍ଶାଏ ଯେ ଆମେ ଏହି କ୍ରୀଡ଼ାକୁ ଅଧିକ ଶକ୍ତିଶାଳୀ ଏବଂ ପ୍ରତିଯୋଗିତାମୂଳକ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଛୁ ବୋଲି କହିଛନ୍ତି ଆଇସିସି ସିଇଓ ।

hiranchal ad1
Leave A Reply

Your email address will not be published.

nineteen − eleven =