ରାଜ୍ୟରେ ବଢୁଛି ଖରା, ଅସ୍ତବ୍ୟସ୍ତ ଜନ ଜୀବନ

0 72

ଭୁବନେଶ୍ୱର : ରାଜ୍ୟରେ ବଢୁଛି ଖରା। ଅସ୍ତବ୍ୟସ୍ତ ଜନ ଜୀବନ। ଏଥିପାଇଁ ୬ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ହିଟ୍ ୱେଭ୍ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ସବୁଠି ପ୍ରଚଣ୍ଡ ରୌଦ୍ର ତାପ। ସବୁଠି ହେଉଛି ଅଗ୍ନି ବର୍ଷା। ପଶ୍ଚିମରୁ ଉପକୂଳ ସବୁଠି ହେଉଛି ଗ୍ରୀଷ୍ମ ପ୍ରବାହ। ସକାଳ ୯ଟାରୁ ଅନୁଭବ ହେଉଛି ପ୍ରବଳ ଖରା। ତେବେ ଆସନ୍ତା ୨୪ ଘଣ୍ଟା ପାଇଁ ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର ଓ ଖୋର୍ଦ୍ଧାକୁ ହିଟ୍ ୱେଭ୍ ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ମଧ୍ୟ ୪୦ ଡିଗ୍ରୀ ଉପରେ ୨୪ ସହରର ତାପମାତ୍ରା ଥିବା ବେଳେ ୧୬ ଜିଲାକୁ ଅହସ୍ୟ ଗରମ ଓ ଗୁଳୁଗୁଳି ପାଇଁ ଆଲର୍ଟ ଜାରି କରାଯାଇଛି। କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା ୨୬ ତାରିଖ ଯାଏ ଉଭୟ ଦିନ ଓ ରାତି ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଇଛି।

hiranchal ad1
Leave A Reply

Your email address will not be published.

twelve + 18 =